ବାରିକେଡ ଭାଙ୍ଗି ଶ୍ରୀମନ୍ଦିରକୁ ଧସେଇ ପଶିଲେ ଭକ୍ତ

ପୁରୀ- ଦୋଳପୂର୍ଣ୍ଣମୀରେ ମ‌ହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିର ଆଗରେ ଆଜି ଅସମ୍ଭବ ଭିଡ଼ ଥିଲା । ବଡ଼ଦାଣ୍ଡରେ ଜମିଥିଲା ଜନ ସମୁଦ୍ର । ଅସହ୍ୟ ଖରାରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇଥିବା ଭକ୍ତଙ୍କ ଶେଷରେ ଧୈର୍ଯ୍ୟଚ୍ୟୁତି ଘଟିଥିଲା । ବାରିକେଡ ଭାଙ୍ଗି ଶ୍ରୀମନ୍ଦିର ଭିତରକୁ ଧସେଇ ପଶିଥିଲେ ହଜାର ହଜାର ଭକ୍ତ । ଏଥିଯୋଗୁ ସିଂହଦ୍ୱାର ସମ୍ମୁଖରେ ସୃଷ୍ଟି ହୋଇଥିଲା ଦଳାଚକଟା ସ୍ଥିତି । ହେଲେ ସଙ୍ଗେ ସଙ୍ଗେ ପରିସ୍ଥିତିକୁ ନିୟନ୍ତ୍ରିତ କରାଯିବାରୁ କୌଣସି କ୍ଷୟକ୍ଷତି ଘଟିନାହିଁ।

ଆଜି ଦୋଳପୂର୍ଣ୍ଣମୀରେ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଏଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ସୁଅ ଛୁଟିଛି । ସିଂହଦ୍ୱାର ଆଗରେ ଲାଗିଛି ଲମ୍ବା ଲାଇନ୍‌। ଶ୍ରୀମନ୍ଦିର ଆଗରେ ବାରିକେଡରେ ୩୦୦ରୁ ୪୦୦ ଫୁଟ ପର୍ଯ୍ୟନ୍ତ ଭିଡ଼ ହୋଇଥିବା ବେଳେ ବଡଦାଣ୍ଡରୁ ମାର୍କେଟ ଛକ ପର୍ଯ୍ୟନ୍ତ ମଧ୍ୟ ଜମିଛି ଭିଡ଼ । ଠାକୁରଙ୍କ ନୀତିକାନ୍ତି ଚାଲୁଥିବା ବେଳେ ଘଣ୍ଟା ଘଣ୍ଟା ବାହାରେ ଖରାରେ ଛିଡ଼ା ହୋଇଥିବା ଭକ୍ତଙ୍କର ଶେଷରେ ଧୈର୍ଯ୍ୟଚ୍ୟୁତି ଘଟିଥିଲା । ସେମାନେ ଧସେଇ ପଶିଥିଲେ ।

ପ୍ରବଳ ଖରା ଯୋଗୁଁ ବାହାରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବା ଅସହ୍ୟ ହୋଇପଡୁଛି। ଠାକୁରଙ୍କ ନୀତିକାନ୍ତି ସମ୍ପର୍କରେ କିଛି ସୂଚନା ମିଳୁ ନ ଥିବା ଅଭିଯୋଗ ହୋଇଛି । ଏଥିପାଇଁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିବା ଭକ୍ତମାନେ କହିଛନ୍ତି।

Comments are closed.