ଗୀତା ମାହାତ୍ମ୍ୟ: ଯେ ହି ସଂସ୍ପର୍ଶଜା ଭୋଗା ଦୁଃଖଯୋନୟ ଏବ ତେ। ଆଦ୍ୟାନ୍ତବନ୍ତ କୌନ୍ତେୟ ନ ତେଷୁ ରମତେ ବୁଧଃ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ଯେ ହି ସଂସ୍ପର୍ଶଜା ଭୋଗା ଦୁଃଖଯୋନୟ ଏବ ତେ।
ଆଦ୍ୟାନ୍ତବନ୍ତ କୌନ୍ତେୟ ନ ତେଷୁ ରମତେ ବୁଧଃ।।

ହେ ଅର୍ଜ୍ଜୁନ ! ଇନ୍ଦ୍ରିୟ ତଥା ବିଷୟମାନଙ୍କ ସଂଯୋଗରୁ ଉତ୍ପନ୍ନ ହେଉଥିବା ଯେଉଁ ଭୋଗ ଗୁଡିକ ରହିଛି, ସେଗୁଡିକ ବିଷୟୀ ପୁରୁଷମାନଙ୍କୁ ସୁଖରୁପ ପ୍ରତିତ ହେଉଥିଲେ ବି, ନିସନ୍ଦେହରେ ଦୁଃଖର କାରଣ ହିଁ ଅଟନ୍ତି। ତେଣୁ ବୁଦ୍ଧିମାନ ବିବେକୀ ପୁରୁଷ ସେଥିରେ ରମଣ କରନ୍ତି ନାହିଁ।

( ଗୀତା ୫ମ ଅ। ୨୨ଶ ଶ୍ଲୋକ )

Comments are closed.