ଘରର ଶିଡ଼ିଘର କେଉଁ ଦିଗକୁ ଥିଲେ ଗୃହକର୍ତାଙ୍କୁ ନିଶ୍ଚିତ କ୍ଷତି ପହଞ୍ଚାଏ ଜାଣି ରଖନ୍ତୁ

ସମାଜରେ ହିନ୍ଦୁ ମାନଙ୍କ ପାଇଁ ଗୋଟିଏ ଶାସ୍ତ୍ର ରହିଛି। ଯେ କୌଣସି କାମ କରିବା ପାଇଁ ହେଲେ ତାର ଉପଯୁକ୍ତ ସମୟ ରହିଥାଏ। କୌଣସି ସ୍ଥାନରେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହେଉ କିମ୍ବା ଜମି କିଣିବା ପୂର୍ବରୁ ହେଉ ସ୍ଥାନର ବାସ୍ତୁ ବିଚାର କରାଯାଇଥାଏ। ନଚେତ୍ ଘରେ କିଛି ଅଶୁଭ ହୋଇଥାଏ ବୋଲି ମନକୁ ଭୟ ଆସିଥାଏ। ତେଣୁ ସମସ୍ତେ ବାସ୍ତୁ ଶାସ୍ତ୍ର କୁ ପରୋକ୍ଷ ରେ ହେଲେ ମଧ୍ୟ ବିଶ୍ୱାସ କରନ୍ତି। ସେଥିପାଇଁ ଘର ନିର୍ମାଣ କରିବା ପୂର୍ବରୁ ପ୍ରତ୍ୟେକ ଜିନିଷ ର ସଠିକ୍ ସ୍ଥାନ ଜାଣିବା ଅତ୍ୟନ୍ତ ଜରୁରୀ ଅଟେ। ଏହା ନ କରିଲେ ଘର ପାଇଁ ଅନେକ ସଙ୍କଟ ଆଣିଥାଏ।

ତେଣୁ ଆଜି ଆପଣଙ୍କୁ ଘରର ସିଡ଼ି ଘର ସମ୍ପର୍କରେ ଜଣେଇବୁ। ଯାହାକୁ ଆପଣ ମାନେ ସଠିକ୍ ଦିଗ, ସଠିକ୍ ସ୍ଥାନ ଏବଂ ସଠିକ୍ ଭାବରେ କରନ୍ତୁ। ତେବେ ଜାଣିବା ସିଢ଼ି ଘର କେଉଁ ଦିଗ କୁ ଥିଲେ ପରିବାର କୁ କ୍ଷତି ଓ ଦୁର୍ଘଟଣା ର ସାମ୍ନା କରିବାକୁ ପଡ଼ିଥାଏ।

୧- ସିଢ଼ି ଘରର ଦିଗ:- ସିଢ଼ି ଘର ଗୃହର ଦକ୍ଷିଣ ପଶ୍ଚିମ ଦିଗ ବା ନୈରତ କୋଣ ରେ କରାଗଲେ ସବୁ ଦୃଷ୍ଟିରୁ ଭଲ ହୋଇଥାଏ। ତେଣୁ ଆପଣ ମାନେ ସିଢ଼ି ଘର ଗୃହର ଦକ୍ଷିଣ ପଶ୍ଚିମ ଦିଗରେ କରିବା ଉଚିତ୍।

୨- ଅନ୍ୟ ଦିଗକୁ କଲେ ଏହାର ପ୍ରଭାବ:- ସିଢ଼ି ଘର ଯଦି ଉତ୍ତର ପୂର୍ବ ଐଶାନ୍ୟ କୋଣ ରେ ହୁଏ , ତେବେ ପରିବାର କୁ ମହାକ୍ଷତି ପ୍ରଦାନ କରିଥାଏ। ଏହା ସହିତ ପ୍ରବଳ ଧନହାନୀ ଏବଂ ଦୁଶ୍ଚିନ୍ତା ବଢ଼େ। ଏପରି ଘରେ ବ୍ୟାପାର ବାଣିଜ୍ୟ କଲେ ସର୍ବସ୍ବ କ୍ଷତି ହୁଏ। ତେଣୁ କୌଣସି ପରିସ୍ଥିତିରେ ବି ମଧ୍ୟ ଘରର ଉତ୍ତର ପୂର୍ବ ବା ଐଶାନ୍ୟ କୋଣରେ ସିଢ଼ି ଘର କରନ୍ତୁ ନାହିଁ।

୩- ସିଢ଼ି ଘର ଯଦି ଉତ୍ତର ରେ ହୁଏ:- ପଶ୍ଚିମ ବା ବାୟବ୍ୟ କୋଣରେ ହୁଏ, ତେବେ ଗୃହକର୍ତ୍ତା ବା ଘରର ମୁଖ୍ୟ ଙ୍କୁ ଛୋଟ ଛୋଟ ଦୁର୍ଘଟଣା ଲାଗି ରୁହେ।

୪- ସିଢ଼ି ଘର କେଉଁ ଦିଗକୁ ଉଠିବ:- ଘରର ସିଢ଼ି ପୂର୍ବରୁ ପଶ୍ଚିମକୁ କିମ୍ବା ଉତ୍ତର ରୁ ଦକ୍ଷିଣ କୁ ଉଠିଥିବା ଉଚିତ୍। ଯଦି ଆପଣଙ୍କ ସିଢ଼ି କୁ ସିଧା ନ କରାଯାଇ ପାରୁଛି ବା ସ୍ଥାନ କମ୍ ଥାଏ ଓ ସିଢ଼ି କୁ ମୋଡ଼ କରିବାକୁ ପଡ଼େ , ତେବେ ସିଢ଼ି ଦକ୍ଷିଣ କୁ ମୋଡ଼ ହେଲେ ଭଲ ହେବ।

୫- ସିଢ଼ି ଘର ପାହାଚ:- ସିଢ଼ି ଘରର ପାହାଚ ଦୁଇ ଭାଗରେ ବା ଥାକରେ ବା ଶ୍ରେଣୀରେ ଥାଏ, ଯଦି ଘର ଅଧିକ ମହଲା ହୁଏ ତେବେ ପ୍ରତ୍ୟେକ ଭାଗରେ ୧୨ ରୁ ଅଧିକ ପାହାଚ ଅର୍ଥାତ୍ ପ୍ରତ୍ୟେକ ମହଲାରେ ୨୪ ରୁ ଅଧିକ ପାହାଚ ହେବା କଥା ନୁହେଁ।

ଯେଉଁ ଘରେ ସିଢ଼ି ଘର ଠିକ୍ ଦିଗରେ ନଥାଏ ,ତେବେ ସେହି କାରଣରୁ ବହୁତ ଅସୁବିଧା ହୁଏ। ତେଣୁ ଯେଉଁମାନେ ନୁଆ ଘର କରୁଛନ୍ତି ବାସ୍ତୁଶାସ୍ତ୍ର ଅନୁସାରେ କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କର ବହୁତ ଶୁଭ ହୋଇଥାଏ। ନଚେତ ଗୃହକର୍ତାଙ୍କୁ ନିଶ୍ଚିତ କ୍ଷତି ପହଞ୍ଚାଏ। ( ସଂଗୃହିତ )

Comments are closed.