ବଙ୍ଗଳା ଅଭିନେତା ଅଭିଷେକ ଚାଟାର୍ଜୀଙ୍କ ପରଲୋକ

କୋଲକାତା: ବଙ୍ଗଳା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ଅଭିଷେକ ଚାଟାର୍ଜୀଙ୍କ ଆଜି ହୃଦଘାତରେ ପରଲୋକ ହୋଇଯାଇଛି। ଅଭିଷେକଙ୍କୁ ୫୭ ବର୍ଷ ବୟସ ହୋଇଥିଲା | ସୂଚନା ଅନୁଯାୟୀ, ଅଭିଷେକ ଚାଟାର୍ଜୀ ଗତକାଲି ଏକ ଶୋ ପାଇଁ ସୁଟିଂ କରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇଯାଇଥିଲେ |

ଅଭିଷେକ ଚାଟାର୍ଜୀଙ୍କ ଅକାଳ ବିୟୋଗ ଯୋଗୁଁ ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରି ଓ ତାଙ୍କ ପ୍ରଶଂସକ ମାନଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।

ଅଭିଷେକ ଚାଟାର୍ଜୀଙ୍କ ପରଲୋକ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଶୋକ ପ୍ରକାଶ କରିବା ସହ ଦିବଂଗତ ଅଭିନେତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ମମତା ବାନାର୍ଜୀ ତାଙ୍କର ଏକ ଟ୍ୱିଟରେ ଲେଖିଛନ୍ତି- ଅଭିଷେକ ଚାଟାର୍ଜୀଙ୍କ ହଠାତ୍ ଦେହାନ୍ତ ଖବର ଶୁଣି ଦୁଃଖିତ। ଅଭିଷେକ ଜଣେ ପ୍ରତିଭାବାନ ଓ ବହୁମୁଖୀ ଅଭିନେତା ଥିଲେ | ଆମେ ତାଙ୍କୁ ମିସ୍ କରିବୁ | ତାଙ୍କର ପରଲୋକ ଆମ ଚଳଚ୍ଚିତ୍ର ଓ ଟିଭି ଇଣ୍ଡଷ୍ଟ୍ରି ପାଇଁ ଏକ ବଡ କ୍ଷତି | ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କ ପ୍ରତି ମୋର ସମବେଦନା |

Comments are closed.