ଲଗାତର ତୃତୀୟ ଦିନ ଧରି ତୈଳ ଦର ବୃଦ୍ଧି

ଭୁବନେଶ୍ୱର- ଲଗାତର ତୃତୀୟ ଦିନ ଧରି ବଢ଼ିଛି ତୈଳ ଦର । ପେଟ୍ରୋଲ ଓ ଡିଜେଲର ଦର ଲିଟର ପିଛା ୭୬ରୁ ୮୫ ପଇସା ବୃଦ୍ଧି ହୋଇଛି ।ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୬ ପଇସା ଓ ଡିଜେଲ ୮୫ ପଇସା ବୃଦ୍ଧି । ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ୮୦ ପଇସା ଲେଖାଏଁ ମହଙ୍ଗା ହୋଇଛି ।

ଦିଲ୍ଲୀରେ ପେଟ୍ରୋଲ ଲିଟର ୯୭.୮୧ ଟଙ୍କା, ଡିଜେଲ ୮୯.୦୭ ଟଙ୍କା ; ମୁମ୍ବାଇରେ ପେଟ୍ରୋଲ ୧୧୨.୫୧, ଡିଜେଲ ୯୬.୭୦ ଟଙ୍କା; ଚେନ୍ନାଇରେ ପେଟ୍ରୋଲ ୧୦୩.୬୭ ଟଙ୍କା, ଡିଜେଲ ୯୩.୭୧ ଟଙ୍କା, କୋଲକାତାରେ ପେଟ୍ରୋଲ ୧୦୬.୩୪ ଟଙ୍କା ଓ ଡିଜେଲ ୯୧.୪୨ ଟଙ୍କା ହୋଇଛି ।

Comments are closed.