ଉମରକୋଟ ପୌର ପରିଷଦର ୮ ନମ୍ବର ୱାର୍ଡର ୧୪ ନଂ ବୁଥରେ ଆଜି ପୁନଃ ମତଦାନ

ନବରଙ୍ଗପୁର- ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦ ୮ ନମ୍ବର ଓ୍ୱାର୍ଡର ୧୪ ନମ୍ବର ବୁଥ୍‌ରେ ଆଜି ପୁଣିଥରେ ମତଦାନ ହେଉଛି ‌। ଏହି ବୁଥ୍‌ରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ । ଇଭିଏମ୍‌ରେ ତ୍ରୁଟି ଯୋଗୁଁ ଗତକାଲି ମତଦାନ ବନ୍ଦ ରଖାଯାଇଥିଲା । ଏହି ବୁଥ୍‌ରେ ଅଧ୍ୟକ୍ଷ ପଦ ପାଇଁ ଥିବା ଇଭିଏମ୍‌ରେ ପ୍ରାର୍ଥୀଙ୍କ ନାଁ ଓ ଚିହ୍ନରେ ତ୍ରୁଟି ଦେଖାଦେଇଥିଲା ।

ଉମରକୋଟ୍ ଆସନରେ ଅଧ୍ୟକ୍ଷ ପଦ ପାଇଁ ଲଢ଼ୁଥିବା ପ୍ରାର୍ଥୀଙ୍କ ନାଁ ୧୪ ନମ୍ବର ବୁଥ୍‌ରେ ଥିବା ଇଭିଏମ୍‌ରେ ନ ରହି ନବରଙ୍ଗପୁର ମ୍ୟୁନିସିପାଲିଟିର ପ୍ରାର୍ଥୀଙ୍କ ନାଁ ଉଲ୍ଲେଖ ରହିଥିଲା । ଏହା ଜଣାପଡ଼ିବା ବେଳକୁ ଇଭିଏମ୍‌ରେ ୩୯୨ଟି ଭୋଟ୍ ପଡ଼ି ସାରିଥିଲା । ଜଣେ ଭୋଟର ଏହି ଭୁଲ୍ ସଂପର୍କରେ ପ୍ରିଜାଇଡିଂ ଅଫିସରଙ୍କୁ ଜଣାଇବା ପରେ ମତଦାନ ସ୍ଥଗିତ ରହିଥିଲା । ଏହାକୁ ନେଇ ବୁଥ୍‌ରେ ଉତ୍ତେଜନା ଦେଖାଦେବା ପରେ ପୋଲିସ, ପୌର ଅଧିକାରୀ ଓ ନିର୍ବାଚନ ଅଧିକାରୀ ପହଞ୍ଚି ମତଦାନ ସଂପୂର୍ଣ୍ଣ ବନ୍ଦ କରିଥିଲେ ।

Comments are closed.