ଏକ ଅଦ୍ଭୁତ ମନ୍ଦିର ଯେଉଁଠି ବର୍ଷା ହେବା ପୂର୍ବରୁ ମିଳେ ଆଗୁଆ ସୂଚନା

ବୈଚିତ୍ରମୟ ଆମ ଭାରତବର୍ଷ। ଏହି ଦେବ ଭୂମୀରେ ରହିଛି ଅନେକ ଆଧ୍ୟାତ୍ମିକ ଝଲକ। ଯାହା ବିଶ୍ୱାସଯୋଗ୍ୟ ହେଉ ବା ନ ହେଉ ତାହା ଆଜିବି ଘଟୁଛି। ଏହିପରି ଏକ ସ୍ଥାନ ହେଉଛି ଉତ୍ତରପ୍ରଦେଶ କାନପୁର ଠାରେ ଥିବା ଭଗବାନ ଜଗନ୍ନାଥ ମନ୍ଦିର।

ଉତ୍ତରପ୍ରଦେଶ କାନପୁରରେ ରହିଛି ଏକ ପୁରାତନ ଭଗବାନ ଜଗନ୍ନାଥଙ୍କ ମନ୍ଦିର। ଏହି ମନ୍ଦିରର ବିଶେଷତ୍ୱ ହେଉଛି ଏଠାରେ ଏକ ଅଦ୍ଭୁତ ଘଟଣା ଘଟିଥାଏ। ଏହି ମନ୍ଦିରର ବିଶେଷତ୍ୱ ହେଲା, ବର୍ଷା ଆରମ୍ଭ ହେବାର ସାତ ଦିନ ପୂର୍ବରୁ ହିଁ ଏହି ମନ୍ଦିର ବର୍ଷା ହେବାର ସୂଚନା ଦେଇଥାଏ।

ବର୍ଷା ଆରମ୍ଭ ହେବାର ସାତଦିନ ପୂର୍ବରୁ ଏହି ମନ୍ଦିରର ଛାତ ମଧ୍ୟରୁ ବିନା ବର୍ଷାରେ ସ୍ୱତଃ ପାଣି ପଡ଼ିଥାଏ। ବର୍ଷାର ଏ ପାଣି ଠିକ୍ ବର୍ଷାପାଣି ପରି ହୋଇଥାଏ। ଏହିପରି ପାଣି ପଡିବାର ଠିକ ସାତ ଦିନ ପରେ ଦେଶରେ ନିଶ୍ଚିତ ବୃଷ୍ଟିପାତ ହୋଇଥାଏ।ଅନେକ ଏ ରହସ୍ୟ ଭେଦ କରିବାକୁ ପ୍ରୟାସ କରିଥିଲେ ବି ଏପର୍ଯ୍ୟନ୍ତ ଏଥିରେ ସଫଳ ହୋଇ ନାହାନ୍ତି। ପୁଣି, ଏହି ମନ୍ଦରକୁ କିଏ ନିର୍ମାଣ କରିଛନ୍ତି, ତାହା ବି ପ୍ରଶ୍ନବାଚୀ ହୋଇ ରହିଯାଇଛି। କାରଣ ଏହି ମନ୍ଦିର ପ୍ରତିଷ୍ଠା ର କୌଣସି ଐତିହାସିକ ପୃଷ୍ଠଭୂମୀ ଏପର୍ଯ୍ୟନ୍ତ କୋୖଣସି ଐତିହାସିକ ପାଇ ପାରିନାହାନ୍ତି। ଶ୍ରଦ୍ଧା ଓ ବିଶ୍ୱାସ ଉପରେ ପ୍ରତିଷ୍ଠିତ ଉକ୍ତ ଘଟଣାଟି ଆଜି ବି ଉକ୍ତ ମନ୍ଦିରରେ ଘଟୁଛି।

Comments are closed.