ବରପାଲି ଏନଏସିରେ ଅଧ୍ୟକ୍ଷ ପଦବୀ ହାତେଇଲେ ସ୍ବାଧିନ ପ୍ରାର୍ଥୀ

ବରଗଡ଼ : ବରଗଡ଼ ଜିଲ୍ଲା ବରପାଲି ଏନ୍‌ଏସି ଅଧ୍ୟକ୍ଷ ପଦବୀରେ ସ୍ବାଧୀନ ପ୍ରାର୍ଥୀ ଦିନେଶ ଗହୀର ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ପ୍ରଦ୍ୟୁମ୍ନ୍ନ କୁମାର ତ୍ରିପାଠୀଙ୍କୁ ୧୫୭୩ ଭୋଟ ବ୍ୟବଧାନରେ ହରାଇଛନ୍ତି। ଦିନେଶଙ୍କୁ ୬୦୦୦ ଭୋଟ ମିଳିଥିବାବେଳେ ପ୍ରଦ୍ୟୁମ୍ନଙ୍କୁ ୪୪୨୭ ଖଣ୍ଡ ଭୋଟ ମିଳିଛି। ସେହିପରି ଭାଜପା ପ୍ରାର୍ଥୀ ଅଜିତ କୁମାର ଦାଶଙ୍କୁ ୭୪୩ ଏବଂ କଂଗ୍ରେସ ପ୍ରାର୍ଥୀ ଅଭିଷେକ ସେଠଙ୍କୁ ୩୩୭ ଖଣ୍ଡ ଭୋଟ ମିଳିଛି। ଏହି ଆସନ ପାଇଁ ୨ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ସୁଶାନ୍ତ ସିଂ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିବା ସତ୍ତ୍ବେ ସ୍ବାଧୀନ ପ୍ରାର୍ଥୀଙ୍କଠାରୁ ବିଜେଡି ପଛରେ ପଡ଼ିିଯିବା ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।

Comments are closed.