୩ ମାସ ପରେ ପୁଣି ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ବାୟୁ ସେବା

ଭୁବନେଶ୍ବର – ୩ ମାସର ବ୍ୟବଧାନ ପରେ ପୁଣିଥରେ ଆରମ୍ଭ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା । ପୁଣି ଉଡିବ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ବିମାନ। କୋଭିଡ ପାଇଁ ଏହି ସେବା ବନ୍ଦ ରହିଥିବା ବେଳେ ଏଥର କଳାହାଣ୍ଡି ଜିଲ୍ଲାକୁ ବିଶେଷଜ୍ଞ ଦଳ ଗସ୍ତ କରିବେ। ଚଳିତମାସ ୨୯ ଓ ୩୦ତାରିଖରେ ଡାକ୍ତରୀ ଦଳର କଳାହାଣ୍ଡି ଜିଲ୍ଲାରେ କ୍ୟାମ୍ପ ଅନୁଷ୍ଠିତ ହେବ। ଏଥିପାଇଁ ଆଜିଠାରୁ ପ୍ରାକ୍ ଡାକ୍ତରୀ ଦଳ ଆବଶ୍ୟକ ଔଷଧ ଓ ଅନ୍ୟ ଔଷଧୀୟ ସାମଗ୍ରୀ ସହ ଜିଲ୍ଲା ଗସ୍ତ କରିବାକୁ ନିର୍ଦେଶ ଦିଆଯାଇଛି।

ଗତବର୍ଷ ଡିସେମ୍ବର ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନାର ଶୁଭାରମ୍ଭ କରିଥିଲେ। ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ଉକୃଷ୍ଟ ସ୍ବାସ୍ଥ୍ୟସେବା ଯୋଗାଇବା ହେଉଛି ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ପ୍ରଥମଥର ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଭୁବନେଶ୍ବରରୁ ମାଲକାନଗିରି ଯାତ୍ରା କରିଥିଲା।

Comments are closed.