ସୁବର୍ଣ୍ଣପୁରରେ ଡଙ୍ଗର ଲୋକ ମହୋତ୍ସବ ଉଦଘାଟିତ

ସୁବର୍ଣ୍ଣପୁର: ଆଦିବାସୀ ଲୋକ ନୃତ୍ୟ, ସଂଗୀତ ମହୋତ୍ସବର ରାଜ୍ୟସ୍ତରୀୟ ମହାପର୍ବଣ “ଡଙ୍ଗର ମହୋତ୍ସବ- ୨୦୨୨” ସୁବର୍ଣ୍ଣପୁର ଗାନ୍ଧୀପଡ଼ିଆସ୍ଥିତ ଫକୀର ପଟ୍ଟନାୟକ ମୁକ୍ତ ମଞ୍ଚରେ ଉଦଘାଟିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ସହଯୋଗରେ ଆୟୋଜିତ ହୋଇଛି ଏହି ମହୋତ୍ସବ। ତିନି ଦିନିଆ ଡଙ୍ଗର ମହୋତ୍ସବକୁ ଉତ୍ତରାଞ୍ଚଳ ରାଜସ୍ବ କମିଶନର ସୁରେଶ ଚନ୍ଦ୍ର ଦଲାଇ ଉଦଘାଟନ କରିଥିଲେ। ଓଡିଶାର ଜନ ଜୀବନ ପ୍ରବାହକୁ ଆଦିବାସୀ ସଂସ୍କୃତି ପ୍ରାଣବନ୍ତ କରିଛି ବୋଲି ଉଦବୋଧନ ଦେଇ ଆଦିବାସୀ ଜନଜୀବନ ବାସ୍ତବରେ ବେଶ ସରଳ ଓ ସୁନ୍ଦର ବୋଲି କହିଥିଲେ।

Comments are closed.