ମହୁଲ ଗୋଟାଇବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହେଲେ ବୃଦ୍ଧା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ନୂଆପଡ଼ା: ମହୁଲ ଗୋଟାଇବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହେଲେ ବୃଦ୍ଧା । ଏହି ଘଟଣାଟି ନୂଆପଡା ବ୍ଳକ ଅନ୍ତର୍ଗତ ବଏରଭାଡି ଗାଁରେ ଘଟିଛି । ଗୁରୁତର ମହିଳା ଜଣକ ହେଲେ ମଉଳି ପାଣ୍ଡେ (୬୦) । ସେ ଆଜି ସକାଳ ୭ଟାରେ ଗାଁ ପାଖ ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିଲେ ।ସେଠାରେ ହଠାତ ଭାଲୁ ଆକ୍ରମଣର ଶିକାର ହୋଇଥିଲେ । ଖବରପାଇ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ଏ ସମ୍ପର୍କରେ ଖରିଆରରୋଡ ଟେରିଟୋରିଆଲ ରେଞ୍ଜର ନିରଞ୍ଜନ ମାଝୀଙ୍କୁ ପଚାରିବାରୁ ମଉଲୀ ମାଝୀ ଯଦି ଭାଲୁ ଆକ୍ରମଣରେ ଲହୁଲୁହାଣ ହୋଇଛନ୍ତି ତେବେ ତାଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ମତବ୍ୟକ୍ତ କରିଛନ୍ତି ।

Comments are closed.