ଜ୍ୱାଳାମୁଖୀ ପୃଥ୍ଵିବୀରୁ ନିର୍ଗତ ୯ଟି ଜ୍ୱଳାକୁ ପ୍ରତ୍ୟକ୍ଷ ଦେବୀ ଭାବରେ ଏଠାରେ ହଜାର ହଜାର ବର୍ଷ ଧରି ପୂଜା କରାଯାଉଛି

ପୌରାଣିକ କିମ୍ବଦନ୍ତୀ ଆଧାରରେ ଏହି ଅଖଣ୍ଡ ଭାରତ ବର୍ଷରେ ସତୀ ପାର୍ବତୀଙ୍କ ବିଗଳିତ ଶରୀର ବିଭିନ୍ନ ସ୍ଥାନରେ ପତିତ ହୋଇଥିଲା। ଯେଉଁ ସବୁ ସ୍ଥାନରେ ଏହା ଭୂପତିତ ହୋଇଥିଲା ସେହିସବୁ ସ୍ଥାନ ପରବର୍ତ୍ତୀ ସମୟରେ ଏକ ଏକ ଶକ୍ତିପୀଠ ରୂପରେ ପ୍ରସିଦ୍ଧି ଲାଭକଲା।

ହିମାଚଳ ପ୍ରଦେଶର ଜ୍ୱାଳାମୁଖୀ ମନ୍ଦିର। ଏହି ସ୍ଥାନରେ ସତୀଙ୍କ ଜିହ୍ଵା ପଡିଥିବା ମାନ୍ୟତା ରହିଛି। ହିମାଚଳ ପ୍ରଦେଶର କାଙ୍ଗ୍ଲା ଜିଲ୍ଲାରେ କାଲିଧାର ପାହାଡ଼ ଉପରେ ଏହି ମନ୍ଦିର ଅଛି। ଜ୍ୱାଳାମୁଖୀ ମନ୍ଦିର ହେଉଛି ମାତାଙ୍କର ପାଞ୍ଚ ଶକ୍ତିପୀଠ ମଧ୍ୟରୁ ଅନ୍ୟତମ। ଜ୍ୱାଳା ମୁଖୀ ମନ୍ଦିରରେ ମାତାଙ୍କର ମୂର୍ତ୍ତିକୁ ପୃଥ୍ଵିବୀରୁ ନିର୍ଗତ ୯ଟି ଜ୍ୱଳାରେ ପୂଜା କରାଯାଇଥାଏ। ଏହି ୯ଟି ଜ୍ୱାଳାର ପୂଜା କାହିଁ କେତେ ଦିନରୁ ଚାଲି ଆସୁଛି। ଯାହାକୁ କଳନା କରିବା ଅସମ୍ଭବ।

କୁହାଯାଏ, ବାଦଶାହ ଆକବର ଏହି ଜ୍ୱାଳାକୁ ଲିଭାଇବା ପାଇଁ ଚେଷ୍ଟା କରି ଅସଫଳ ହୋଇଥିଲା। ଯଦିଓ ବୈଜ୍ଞାନିକମାନେ ଏହାର ରହସ୍ୟ ଜାଣିବାକୁ ଚେଷ୍ଟା କରିଥିଲେ ତଥାପି ସେମାନେ ଏହାର ପ୍ରକୃତ କାରଣ ଖୋଜି ଏପର୍ଯ୍ୟନ୍ତ ପାଇନାହାନ୍ତି। ତଥାପି ସେମାନେ କହନ୍ତି ଏହା ପୃଥିବୀର ଗର୍ଭରେ ଦବି ରହିଥିବାରୁ ପ୍ରାଚୀନ ଏହା ପ୍ରାଚୀନ ଜ୍ୱାଳାର ଅଂଶବିଶେଷ ହୋଇ ପାରେ। କିନ୍ତୁ ଏହାର କୌଣସି ବୈଜ୍ଞାନିକ ସତ୍ୟତା ଜଣାପଡ଼ି ନାହିଁ। ତେବେ ହଜାର ହଜାର ବର୍ଷ ଧରି ଏହା ଜନମାନସରେ ଶ୍ରଦ୍ଧା ଓ ବିଶ୍ୱାସ କୁ ସଜାଗ ରଖି ପାରିଛି।

Comments are closed.