ପିଠା ଖୁଆଇବାକୁ ଆସିଥିବା ବେଳେ ଗର୍ଭବତୀ ଝିଅ ମୃତ ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

ବଲାଙ୍ଗୀର: ଗର୍ଭବତୀ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଜଣେ ସାତ ମାସର ଗର୍ଭବତୀ ମହିଳାଙ୍କୁ ପିଠା ଖୁଆଇବା ପର୍ବରେ ଆସିଥିବାବେଳେ ଝିଅର ମୃତଦେହ ଦେଖିବାକୁ ପାଇଥିଲେ ପରିବାର ଲୋକେ। ବଲାଙ୍ଗୀର ଜିଲ୍ଲା ସଦର ଥାନା ଅନ୍ତର୍ଗତ ତଲିଉଡାର ଗ୍ରାମରେ ଏଭଳି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି।

ଅଭିଯୋଗ ଅନୁସାରେ ପଟଣାଗଡ଼ ବ୍ଲକ ବନକା ବିହାର ଗ୍ରାମର ଝିଅ ପୁଷ୍ପାଞ୍ଜଳୀ ପ୍ରଧାନଙ୍କ ତଳିଉଡ଼ାର ଗ୍ରାମର ବିପିନ ପ୍ରଧାନଙ୍କ ସହ ବିବାହ ହୋଇଥିଲା। ବିବାହକୁ ବର୍ଷେ ବିତିଥିବା ବେଳେ ପୁଅ ଘର ଲୋକେ ବାରମ୍ବାର ଯୌତୁକ ଦାବି କରି ଆସୁଥିଲେ। ଯେଉଁଥିରେ ଝିଅ ଘର ଲୋକେ ଦୁଇ ଥର ଦୁଇଟି ବାଇକ ଓ ଏକ ଲକ୍ଷ ଟଙ୍କା ଦେଇଥିଲେ। ପୁଷ୍ପାଞ୍ଜଳୀ ସାତ ମାସର ଗର୍ଭବତୀ ଥିବା ବେଳେ ଆଜି ତାଙ୍କ ଘରଲୋକେ ପିଠା ଖୁଆଇବା ପ୍ରଥା ପାଇଁ ଡାକିବାକୁ ଆସିଥିଲେ। ହେଲେ ଶାଶୁଘରେ ଝିଅର ମୃତଦେହ ଦେଖିବାକୁ ପାଇଥିଲେ।

ଘଟଣା ନେଇ ପୁଷ୍ପାଞ୍ଜଳୀଙ୍କ ପରିବାର ଲୋକେ ଥାନାରେ ଏତଲା ଦେବା ସହ ଝିଅକୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ସେପଟେ ସଦର ପୋଲିସ ସ୍ବାମୀ ବିପିନ ପ୍ରଧାନକୁ ଅଟକ ରଖି ତଦନ୍ତ ଜାରି ରଖିଛି।

Comments are closed.