ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାର ସମୀକ୍ଷା କଲେ ସିଏସ , ଡିଜିପି

ପୁରୀ – ରୋଷଘର ଚୁଲି ଭଂଗା ଘଟଣାର ଶ୍ରୀମନ୍ଦିର ଯାଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଓ ଡିଜିପି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଘଟଣାର ଯାଞ୍ଚ କରାଯାଉଛି । ଖୁବଶୀଘ୍ର ଅପରାଧୀଙ୍କୁ ଧରାଯିବ ।
ସୁଆର ମହାସୁଆର ନିଯୋଗ ଓ ସୁଆର ନିଯୋଗ ମଧ୍ୟରେ ବିବାଦ ନାହିଁ, ଯେଉଁଠି ତାଲା ନାହିଁ ସେଠି ଖୁବଶୀଘ୍ର ତାଲା ପଡ଼ିବ ବୋଲି ସେ କହିଛନ୍ତି । ସିସିଟିଭି ଫୁଟେଜରୁ ସୁରାକ ମିଳିଛି, ଖୁବଶୀଘ୍ର ଅପରାଧୀଙ୍କୁ ଧରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ରାତିରେ ଜଣେ ବ୍ୟକ୍ତି ରୋଷଘରେ ଏଭଳି କାଣ୍ଡ କରିଥିବା ସୂଚନା ମିଳିଛି । ଭବିଷ୍ୟତରେ ଯେଭଳି ଏପରି ନଘଟେ ସେନେଇ ପଦକ୍ଷେପ ନିଆଯିବ । ଘଟଣାର ତଦନ୍ତ ଚାଲିଛି, ଖୁବଶୀଘ୍ର ସତ ଉନ୍ମୋଚିତ ହେବ ବୋଲି ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ କହିଛନ୍ତି ।

Comments are closed.