ଟ୍ରାକ୍ଟର-ଟ୍ରକ ମୁହାଁମୁହିଁ: ଜଣେ ମୃତ, ଜଣେ ଗୁରୁତର

ବରଗଡ: ବରଗଡ଼- ଭଟଲି ରାସ୍ତାରେ ମର୍ମନ୍ତୁଦ ସଡକ ଘଟିଛି । ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର । ମୃତକ ଓ ଆହତଙ୍କ ବର୍ତ୍ତମାନ ସୁଦ୍ଧା ପରିଚୟ ମିଳିପାରିନାହିଁ ।

ସୂଚନାଯୋଗ୍ୟ ଯେ, ଏକ ପାଣି ଟାଙ୍କି ନେଇଯାଉଥିବା ଟ୍ରାକ୍ଟର ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ହୋଇଥିଲା । ଏଥିରେ ଉଭୟ ଗାଡି ଚାଳକ ଆହତ ହୋଇଥିଲେ । ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ମାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସମୟରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଭୀମସାର ବୁର୍ଲାକୁ ରେଫର କରାଯାଇଛି । ପୁଲିସ ପହଂଚି ଅଧିକ ତଦନ୍ତ ଆରମ୍ଭ କରୁଛି ।

Comments are closed.