ଉତ୍କଳ ହସ୍ପିଟାଲ ପରିସରରେ ନୂଆ କ୍ୟାନ୍ସର ସେଣ୍ଟରର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳ ହସ୍ପିଟାଲ ପରିସରରେ ନୂତନ କ୍ୟାନସର ସେଣ୍ଟରର ଉଦଘାଟନ କରିଛନ୍ତି । ହସ୍ପିଟାଲରେ ଏବେ କ୍ୟାନ୍ସର ରୋଗୀ ଙ୍କ ଚିକିତ୍ସା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ରହିଛି । ଏହି ସୁବିଧା ଯୋଗୁ ଓଡ଼ିଶାର କ୍ୟାନ୍ସର ରୋଗୀଙ୍କୁ ଆଉ ବାହାରକୁ ଯିବାକୁ ପଡିବ ନାହିଁ । ଆଜିଠାରୁ ଏହି ଅତ୍ୟାଧୁନିକ ସେବା ଉତ୍କଳ ହସ୍ପିଟାଲରେ ଉପଲବ୍ଧ ହେବ । ଉଦଘାଟନ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଉତ୍କଳ ହସ୍ପିଟାଲର ଚେୟରମ୍ୟାନ ଆଦିତ୍ୟ ସାମଲ ପ୍ରମୁଖ ଯୋଗ ଦେଇଥିଲେ ।

Comments are closed.