ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ ବିଭିନ୍ନ ଆକାଉଣ୍ଟରୁ ୯ କୋଟି ଠାବ

ଭୁବନେଶ୍ବର – ମାଲକାନଗିରି ଜିଲ୍ଲାର ଗ୍ରାମ୍ୟ ନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ଆୟବର୍ହିଭୁତ ସମ୍ପତ୍ତି ଠୁଳ ନେଇ ଭିଜିଲାନସ ଚଢଉ ଜାରି ରହିଥିବା ବେଳେ ଯନ୍ତ୍ରୀଙ୍କ ବିଭିନ୍ନ ଆକାଉଣ୍ଟରେ କୋଟି କୋଟି ଟଙ୍କା ରହିଛି । ଭିଜିଲାନ୍ସ ବିଭାଗ ଏପର୍ଯ୍ୟନ୍ତ ଦାସଙ୍କ ୯ କୋଟି ଟଙ୍କା ଠାବ କରିସାରିଛି। ତଦନ୍ତ ଜାରି ରହିଛି। ରିମାଣ୍ଡ ସରିବା ପରେ କୋଟିପତି ଅଧିକ୍ଷଣ ଯନ୍ତ୍ରୀ ଜେଲ ଯାଇଛନ୍ତି।

ଗତ ୨୯ ତାରିଖରେ ଅଧୀକ୍ଷଣ ଯନ୍ତ୍ରୀ ଗିରଫ ହେବା ପରେ ଭିଜିଲାନସ ତାଙ୍କୁ ୪ ଦିନ ରିମାଣ୍ଡରେ ନେଇଥିଲା। ଏହି ଚାରି ଦିନରେ ଭିଜିଲାନସ ବିଭିନ୍ନ ସ୍ଥାନରେ ଚଢଉ କରି ଦାସଙ୍କ ବେନାମୀ ଆକାଉଣ୍ଟକୁ ଠାବ କରିଛି। ଏପରିକି ମୃତ ଶାଶୁଙ୍କ ନାମରେ ସେ ୬୪ ଲକ୍ଷ ଟଙ୍କା ଜମା କରିଥିବାଥିବା ବିଭାଗ ପାଇଛି। ଏଥିସହ ତାଂକର ଚାକର, ସଂପର୍କୀୟ, ତାଂକୁ ଯେଉଁମାନେ ବିଶ୍ବାସୀ ଥିଲେ ସେମାନଙ୍କ ନାମରେ ମଧ୍ୟ ଆକାଉଣ୍ଟ ଖୋଲି ଟଂକା ଜମା ରଖିଥିବା ଦେଖିବାକୁ ମିଳିଛି। ୨୦୨୦ ମସିହା ଜୁଲାଇ ମାସ ଠାରୁ ୨୦୨୨ ମସିହା ମାର୍ଚ୍ଚ ମାସ ମଧ୍ୟରେ ଆଶିଷ ଦାସ ୬୪ ଲକ୍ଷ ଟଂକା ଜମା କରିଛନ୍ତି। ତେବେ ଦାସଙ୍କର ଏବେ ସୁଦ୍ଧା ୯ କୋଟି ଟଂକାର ସଂପତ୍ତି ଜବତ ହୋଇସାରିଲାଣି। ଭିଜିଲାନସ ବିଭାଗ ପକ୍ଷରୁ ଆହୁରି ଯାଞ୍ଚ ଚାଲିଛି। ଭିଜିଲାନସ ବିଭାଗର ଇତିହାସରେ ଏତେ ଟଙ୍କା କେବେ ମଧ୍ୟ ବାହାରିନଥିବା ଜଣାପଡିଛି। ତେବେ ଅଧୀକ୍ଷଣ ଯନ୍ତ୍ରୀ କିପରି ଏତେ ଟଂକା ଜମା କରୁଥିଲେ ଏବଂ କେଉଁଠାରୁ ଏତେ ଟଙ୍କା ସେ ପାଉଥିଲେ ତାହା ଏବେ ତଦନ୍ତ ସାପେକ୍ଷ। ତେବେ ଭିଜିଲାନସ ବିଭାଗ ପକ୍ଷରୁ ଦୁର୍ନୀତି ଗ୍ରସ୍ତ ଅଧିକାରୀମାନଙ୍କ ବେନାମୀ ଆକାଉଣ୍ଟଗୁଡିକ ଏଥର ଯାଞ୍ଚ କରାଯିବ ବୋଲି ଜଣାପଡିଛି।

Comments are closed.