ବୁର୍ଲାରେ ରୋଗୀ ସମ୍ପର୍କୀୟଙ୍କୁ ହତ୍ଯା

ସମ୍ବଲପୁର: ବୁର୍ଲାରେ ଜଣେ ରୋଗୀ ସଂପର୍କୀୟଙ୍କୁ ହତ୍ୟା କରାଯାଇଛି। କେନାଲକୁ ଶୌଚ ହେବାକୁ ଯାଇଥିବାବେଳେ ହତ୍ଯା କରାଯାଇଥିବା ଅଭିଯୋଗ ହୋଇଛି | ମୃତକ ଜଣକ ହେଲେ ସମ୍ବଲପୁର ମହୁଲପାଲିର 45 ବର୍ଷିୟ ଲମ୍ବୋଦର ନାୟକ | ତାଙ୍କ ବାପା କପିଳ ନାୟକ ବୁର୍ଲା ମେଡିକାଲରେ ଭର୍ତ୍ତି ଅଛନ୍ତି| ନେତାଜୀ ଛକରୁ ଗୌଡପାଲି ରାସ୍ତାରେ ଥିବା ପାଓ୍ବାର କେନାଲ କୂଳରେ ଏହି ହତ୍ଯାକାଣ୍ଡ ହୋଇଥିବା ଜଣାପଡିଛି | ତେବେ ପୋଲିସ ମୃତ ଦେହ ଜବତ କରି ଫ୍ରିଜରରେ ରଖିଥିବା ସୂଚନା ମିଳିଛି | ଭୋରରୁ ଏହି ହତ୍ଯାକାଣ୍ଡ ଘଟିଥିବା ସୂଚନା ମିଳିଛି |

Comments are closed.