ସବସିଡି ନାଁରେ ଚାଷୀଙ୍କଠୁ ୬କୋଟି ଲୁଟି ୨ ଗିରଫ

ଭୁବନେଶ୍ୱର – ୬କୋଟି ସରକାରୀ ସବ୍‌ସିଡି ହଡ଼ପ କରି ଦୁଇଜଣ ଗିରଫ ହୋଇଛନ୍ତି। ଚାଷୀ ଓ ହିତାଧିକାରୀଙ୍କୁ ସରକାରୀ ସବ୍‌ସିଡି ଦେବା ନାଁରେ ୬କୋଟି ୮୧ଲକ୍ଷ ଟଙ୍କା ହଡ଼ପ କରିଥିବା ଶୀତଲ ଆଗ୍ରୋ ଇନପୁଟ୍ ପ୍ରାଇଭେଟ୍ ଲିମିଟେଡର ୨ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ମାନସ ରଞ୍ଜନ ଦାସ ଓ ତାପସ କୁମାର ଦାସ । ରାଜ୍ୟର ୧୯ଟି ଜିଲ୍ଲାର ଚାଷୀଙ୍କ ଠାରୁ ସବ୍‌ସିଡି ନାଁ ରେ ହଡ଼ପ ହୋଇଥିବା ଅର୍ଥନୈତିକ ଅପରାଧ ଶାଖା ସୂଚନା ଦେଇଛି।

Comments are closed.