ପୁଣି ଗଡିଲା ସମ୍ବଲପୁର – ପୁରୀ ଇଣ୍ଟରସିଟି ଏକ୍ସପ୍ରେସ

ସମ୍ବଲପୁର – କୋଭିଡ କଟକଣା ଯୋଗୁଁ ଦୁଇବର୍ଷ ହେଲା ବନ୍ଦ ରହିଥିବା ସମ୍ବଲପୁର – ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍ ଆଜିଠୁ ପୁଣି ଚଳାଚଳ କରିଛି। ସମ୍ବଲପୁର – ପୁରୀ ଓ ପୁରୀ – ସମ୍ବଲପୁର ଏକ୍ସପ୍ରେସ ଟ୍ରେନ ଆଜିଠୁ ପୁନଃ ଚଳାଚଳ କରିଥିବାର ସୂଚନା ଦେଇଛି ସମ୍ବଲପୁର ରେଳ ମଣ୍ଡଳ । ସମ୍ବଲପୁର ରେଳ ଷ୍ଟେସନରୁ ସକାଳ ୬ ଟାରୁ ଏହି ଟ୍ରେନ ଛାଡୁଥିବାବେଳେ ପୁରୀରେ ଦିନ ୧୨ .୩୦ ରେ ପହଂଚିବ । ପୁରୀରୁ ଅପରାହ୍ନ ୪ ଟାରୁ ବାହାରି ସମ୍ବଲପୁରରେ ରାତି ୧୦.୩୦ ମିନିଟରେ ପହଂଚିବ ‌। ପୂର୍ବ ନିର୍ଦ୍ଧାରିତ ମୋଟ ୧୬ଟି ଷ୍ଟେସନରେ ରହିବ ଟ୍ରେନ ।

Comments are closed.