ଭାରସାମ୍ୟ ହରାଇ ଓଲଟିଲା ପିକଅଫ, ୧୫ ଶ୍ରମିକ ଆହତ

ବରଗଡ଼: ବରଗଡ଼ ଜିଲ୍ଲା ବରପାଲି ବ୍ଲକରେ ଏକ ପିକଅଫ ଭ୍ୟାନ(ଓଡ଼ି୦୩ଆର୍୧୦୩୭) ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ପିକଅଫଟି ବରପାଲିରୁ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ପଟକୁ ଯାଉଥିଲା । ତେବେ ଧାଙ୍ଗେରପାଲି ବୁଲାଣିରେ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିଲା। ଫଳରେ ଗାଡ଼ିରେ ବସିଥିବା ପ୍ରାୟ ୧୫ ଜଣ ଶ୍ରମିକ ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ଖବରପାଇ ୧୦୮ଆମ୍ବୁଲାନ୍ସ ପହଂଚି ସମସ୍ତଙ୍କୁ ଡୁଙ୍ଗୁରିପାଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

Comments are closed.