ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଅଜହୁଁ କଛଙ ସଂସଉ ମନ ମୋରେଂ ।
କରହୁ କୃପା ବିନବଉଁ କର ଜୋରେଂ ॥
ପ୍ରଭୁ ତବ ମୋହି ବହୁ ଭାଁତି ପ୍ରବୋଧା ।
ନାଥ ସୋ ସମୁଝି କରହୁ ଜନି କ୍ରୋଧା ॥

ଭାବାର୍ଥ :- ମାତା ପାର୍ବତୀ ପୁଣି କହିଲେ, ଏବେ ମଧ୍ୟ ମୋ ମନରେ କିଛି ସଂଶୟ ରହିଛି । ମୁଁ ହାତ ଜୋଡି ଅନୁନୟ ବିନୟ କରି ପଚାରୁଛି, ଆପଣ କୃପାକରି କୁହନ୍ତୁ । ହେ ପ୍ରଭୁ ! ଆପଣ ସେହି ସମୟରେ ମୋତେ ବହୁତ ପ୍ରକାର ବୁଝାଇ କହିଥିଲେ, ତଥାପି ମୋର ସଂଶୟ ଦୁର ହୋଇନଥିଲା । ହେ ନାଥ ! ଏହା ଚିନ୍ତାକରି ମୋ ଉପରେ କ୍ରୋଧ କରନ୍ତୁ ନାହିଁ ।

Comments are closed.