ମହାନଦୀରେ ଭାସିଯାଇ ଥିବା ୨ ନାବାଳକଙ୍କୁ ଠାବ ପାଇଁ ପୁଣି ସର୍ଚ୍ଚ ଅପରେସନ ଆରମ୍ଭ

ଜଗତପୁର – ଜଗତପୁର ଥାନା ଯୋବ୍ରା ବ୍ୟାରେଜ୍‌ ନିକଟରେ ମହାନଦୀରେ ଗାଧୋଇବା ବେଳେ ନିଖୋଜ ୨ ନାବାଳକଙ୍କୁ ଠାବ ପାଇଁ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଆଜି ସକାଳୁ ପୁଣି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।

ଜଗତପୁର ଥାନା ଯୋବ୍ରା ବ୍ୟାରେଜ୍‌ ନିକଟରେ ମହାନଦୀରେ ଗାଧୋଇବା ବେଳେ ୩ଜଣ ସାଙ୍ଗ ଗତକାଲି ଭାସିଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କ ଭିତରୁ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଅନ୍ୟ ୨ଜଣ ନିଖୋଜ ଅଛନ୍ତି ।

Comments are closed.