ନବୀନଙ୍କୁ ବିଜେପି ସାଂସଦଙ୍କ ଉଚ୍ଚ ପ୍ରଶଂସା, ଶ୍ରୀମନ୍ଦିର ଏବଂ ଏକାମ୍ର ବିକାଶ କାର୍ଯ୍ୟ ସ୍ବାଗତଯୋଗ୍ୟ ବୋଲି କହିଲେ

ଭୁବନେଶ୍ୱର: ଶ୍ରୀମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ପ୍ରକଳ୍ପକୁ ନେଇ ରାଜ୍ୟ ବିଜେପିର କିଛି ନେତା ଓ ସାଂସଦ ରାଜନୀତି କରୁଥାଇ ପାରନ୍ତି। କିନ୍ତୁ ବିଜେପିର ହିଁ ଜଣେ ସାଂସଦ ନବୀନଙ୍କ ପଦକ୍ଷପକୁ ପ୍ରଶଂସା କରିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ଓ ଲିଙ୍ଗରାଜ ମନ୍ଦିରର ବିକାଶ ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସ୍ବାଗତଯୋଗ୍ୟ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମେଦିନାପୁର ବିଜେପି ସାଂସଦ ଦିଲ୍ଲୀପ ଘୋଷ । ଶ୍ରୀଲିଙ୍ଗରାଜ ମନ୍ଦିର ଦର୍ଶନ ପାଇଁ ଓଡ଼ିଶା ଆସିଥିବା ଘୋଷ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଏପରି ବିକାଶମୂଳକ କାର୍ଯ୍ୟକୁ ନେଇ ରାଜନୀତି କରାଯିବା ଠିକ୍ ନୁହେଁ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଘୋଷ ଭୂୟସୀ ପ୍ରଶଂସା କରିଛନ୍ତି । ନବୀନଙ୍କ ନେତୃତ୍ବରେ ଓଡ଼ିଶା ପ୍ରଗତି ପଥରେ ଆଗେଇ ଚାଲିଛି। ଦେଶର ବିକାଶ କରିବାକୁ ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ପରସ୍ପର ସହଯୋଗରେ କାମ କଲେ ଆମ ଦେଶବାସୀ ଉପକୃତ ହେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶା ଆଜି ଉଲ୍ଲେଖନୀୟ ବିକାଶ ହାସଲ କରିଛି । ଏପରି ସ୍ଥଳେ ମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଅଯଥାରେ ରାଜନୀତି କରିବା ଆଦୌ ଠିକ୍ ନୁହେଁ । ସଂକୀର୍ଣ୍ଣ ରାଜନୈତିକ ସ୍ବାର୍ଥ ପାଇଁ ରାଜ୍ୟ ତଥା ଦେଶର ସ୍ବାର୍ଥକୁ ବଳି ଦିଆନଯାଉ ବୋଲି ଶ୍ରୀ ଘୋଷ ପରାମର୍ଶ ଦେଇଛନ୍ତି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଲିଙ୍ଗରାଜ ମନ୍ଦିର ପ୍ରକଳ୍ପକୁ ନେଇ ରାଜ୍ୟ ବିଜେପିର ନେତା ରାଜନୀତି କରୁଥିବା ବେଳେ ନବୀନଙ୍କ ପଦକ୍ଷପକୁ ରାଜ୍ୟ ବାହାରର ଜଣେ ବିଜେପି ସାଂସଦଙ୍କ ଏପରି ପ୍ରଶଂସା ରାଜ୍ୟ ବିଜେପିକୁ ଅଡ଼ୁଆରେ ପକାଇଛି।

Comments are closed.