ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି – ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଜଣେ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାମ ଭେଂଟଲ ରାଜୁ ସାଗର ବୋଲି ଜଣା ପଡ଼ିଛି। ସେ ସିପିଆଇ ମାଓବାଦୀଙ୍କ ପେଡ଼ାବାଇଲୁ ଏରିଆ କମିଟିରେ ପାର୍ଟି ମେମ୍ବର ଭାବରେ କାର୍ଯ୍ୟ କରୁଥିଲେ। ତାଙ୍କ ମୁଣ୍ଡ ପାଇଁ ଏକ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ସ୍ୱାଭିମାନ ଅଞ୍ଚଳ ଅଞ୍ଚଳରେ ଅନେକ ହିଂସାକାଣ୍ଡରେ ସାମିଲ ଥିଲେ। ସେ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳ ତୁଳସୀ ପାହାଡ଼ ଅଂଚଳରେ ସକ୍ରିୟ ରହିଥିବା ସୂଚନା ମିଳିଛି। ଏସପିଙ୍କ ସାମ୍ବାଦିକ ସମ୍ମିଳନୀରେ ସେ ସ୍ୱୀକାର କରିଛନ୍ତି ଯେ ରାଜ୍ୟ ସରକାରଙ୍କ ବିକାଶ ମୂଳକ ଯୋଜନା କାରଣରୁ ସାଗର ମାଓବାଦୀ ପାର୍ଟିରୁ ମୁହଁ ଫେରାଇ ନେଇଛନ୍ତି ।

Comments are closed.