ରାଜ୍ୟର ହିତାଧିକାରୀଙ୍କୁ ଶତ ପ୍ରତିଶତ ଚାଉଳ ଦେବାକୁ କେନ୍ଦ୍ରକୁ ଚିଠି

ଭୁବନେଶ୍ୱର – କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଚିଠି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଚାଉଳ ଯୋଗାଇବାକୁ ଦାବି କରିଛନ୍ତି ମନ୍ତ୍ରୀ । ଭାତ ଓଡ଼ିଶାବାସୀଙ୍କ ପ୍ରମୁଖ ଖାଦ୍ୟ ହୋଇଥିବାରୁ ଚାଉଳ ଯୋଗାଇବାକୁ ଦାବି କରିଛନ୍ତି ।ସାଧାରଣ ବଣ୍ଟନ ବ୍ୟବସ୍ଥାରେ କେନ୍ଦ୍ର ମାସିକ ୮୬% ଚାଉଳ ଦେଉଛି ।ବାକି ୧୪% ଗହମ ଦେଉଥିବାରୁ ଗ୍ରାମାଞ୍ଚଳରେ ହିତାଧିକାରୀ ହଇରାଣ ହେଉଛନ୍ତି ।

ହିତାଧିକାରୀଙ୍କ ହିତ ପାଇଁ ଚାଉଳ ଗହମ ଅନୁପାତରେ ପରିବର୍ତ୍ତନ ହେଉ ବୋଲି ଚିଠିରେ ଦର୍ଶାଯାଇଛି ।
୨୦୨୨ ଫେବ୍ରୁଆରୀରୁ ୧୮ ତାରିଖରୁ ଚିଠି ଦିଆଯାଇଥିଲେ ବି ପଦକ୍ଷେପ ନିଆଯାଉନି । କେନ୍ଦ୍ର ମନ୍ତ୍ରୀ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସେ କହିଛନ୍ତି ।

Comments are closed.