ବଗିଚାରେ ଶୌଚ ହେବାକୁ ମନା କଲେ ବୋଲି ଟାଙ୍ଗିଆରେ ହାଣି ହତ୍ୟା

ବୌଦ୍ଧ: ବୌଦ୍ଧ ଥାନା ଖମାରିପଡ଼ା ଗାଁରେ ଅଘଟଣ । ବଗିଚାରେ ଶୌଚ ହେବାକୁ ମନା କରିବାରୁ ବଗିଚା ମାଲିକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା । ମୃତକ ହେଲେ ଖମାରିପଡ଼ା ଗାଁର ଏକାଦଶୀ ନାଏକ । ହତ୍ୟାକାରୀ ନରେନ୍ଦ୍ର ପ୍ରଧାନ ଗିରଫ ।

ସୂଚନା ମତେ, ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ ଖମାରିପଡ଼ା ଗାଁର ନରେନ୍ଦ୍ର ପ୍ରଧାନ ସୋମବାର ସନ୍ଧ୍ୟାରେ ଏକାଦଶୀ ନାଏକଙ୍କ ବଗିଚାରେ ଶୌଚ ହେଉଥିଲେ । ଏକାଦଶୀ ତାଙ୍କୁ ଶୌଚ କରିବାରୁ ବାରଣ କରିଥିଲେ ସେଠାରେ ଉଭୟଙ୍କ ମଧ୍ୟରେ ଅନେକ ସମୟ ଧରି ବଚସା ଚାଲିଥିଲା । ସ୍ଥାନୀୟ ଲୋକେ ସେଠାକୁ ଯାଇ ଉଭୟଙ୍କୁ ବୁଝାସୁଝା କରିବା ସହିତ ଉଭୟଙ୍କୁ ନିଜ ନିଜ ଘରକୁ ପଠାଇ ଦେଇଥିଲେ । ବିଳମ୍ବିତ ରାତିରେ ଏକାଦଶୀ ଖାଇ ସାରି ଗାଁ ମଣ୍ଡପରେ ଶୋଇଥିବା ବେଳେ ନରେନ୍ଦ୍ର ଏକ ଧାରୁଆ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଫଳରେ ଏକାଦଶୀଙ୍କ ବେକରେ ଟାଙ୍ଗିଆ ଚୋଟ ବାଜିବାରୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ନରେନ୍ଦ୍ର ହତ୍ୟାକାଣ୍ଡ ଘଟାଇ ସେଠାରୁ ଫେରାର ହୋଇଯାଇଥିଲେ । ଖବର ପାଇ ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି । ଏହାସହିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ଛାନ୍‌ଭିନ୍‌ ଜାରି ରଖିଛି ।

Comments are closed.