ବଡ଼ ଭାଇର ସଂସାର ଶେଷ କଲା ସାନ ଭାଇ, ଛୁଆଙ୍କୁ ବି ଛାଡିଲା ନାହିଁ

ସାଲେପୁର – ଭାଇ ହେଲା ବଇରୀ । ସାନ ଭାଇ ଶେଷ କରିଦେଲା ବଡଭାଇର ସଂସାର। ବଡ଼ ଭାଇ ସମେତ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ହତ୍ୟା କରିଛି ସାନ ଭାଇ। ଏହି ବର୍ବର ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ କୁସୁପୁରରେ। ଅଭିଯୁକ୍ତ ସାନ ଭାଇ ଆତ୍ମସମର୍ପଣ କରିଛି। ମୃତକମାନେ ହେଉଛନ୍ତି ଅଲେଖ ସାହୁ, ତାଙ୍କ ପତ୍ନୀ ଓ ତିନି ଛୁଆ। ଅଭିଯୁକ୍ତର ନାଁ ଶିବ ସାହୁ। ଥାନାରେ ଆତ୍ମସମର୍ପଣ କରିବା ପୂର୍ବରୁ ଅଭିଯୁକ୍ତ ଏକ ଭିଡିଓ କରିଥିଲେ। ଆଉ ଏହି ଭିଡିଓରେ ସେ ଯାହା କହିଛି, ସେଥିରୁ ସ୍ପଷ୍ଟ ହୋଇଛି ଯେ ପାରିବାରିକ କଳହ ଯୋଗୁ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଶିବ ସାହୁ କହିଛି ଯେ, ଭାଇ ଓ ତାଙ୍କ ମଧ୍ୟରେ ତିକ୍ତତା ଥିଲା। ସେ ଓ ତା’ ପରିବାର ତାଙ୍କୁ ସବୁବେଳେ ହଇରାଣ କରୁଥିଲେ। ଗତକାଲି ରାତିରେ ଭାଇ, ଭାଉଜ ଓ ସେମାନଙ୍କ ତିନି ଛୁଆ ତାଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିଲେ। ଏହା ପରେ ସେ ମାନସିକ ଭାରସାମ୍ୟ ହରାଇ ବସି ଓ ସେମାନଙ୍କୁ ମାରିଦେଲେ ବୋଲି ଶିବ କହିଛି । ଆଇନ ଯାହା ଦଣ୍ଡ ଦେବ, ତାକୁ ସେ ଗ୍ରହଣ କରିବେ ।
ପୋଲିସ୍ ଓ ମାଜିଷ୍ଟ୍ରେଟ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

Comments are closed.