ଧାନର ଏମଏସପିକୁ ନେଇ କେନ୍ଦ୍ରକୁ ବିଜେଡିର ସମାଲୋଚନା

ଭୁବନେଶ୍ୱର -ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି ବିଜେଡି । ଏ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ଧାନର ସର୍ବନିମ୍ନ ସହାୟକ ସି-୨ ମୂଲ୍ୟଠାରୁ ୫୦% ଅଧିକ ମୂଲ୍ୟ ପାଇଁ ଦାବି କରି ଆସିଛି ବିଜେଡି । ୨୦୧୯ ଜାନୁଆରୀ ୮ରେ ଦିଲ୍ଲୀରେ କୃଷକ ରାଲି କରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବା ପାଇଁ ଦାବି କରିଥିଲା ବିଜେଡି । ଏହି ଦାବିକୁ କେନ୍ଦ୍ର ସରକାର ଗ୍ରହଣ କରି ନାହାନ୍ତି। ସଂସଦର ଉଭୟ ଗୃହରେ ଏହି ପ୍ରସଙ୍ଗ ଉଠାଇଛି ବିଜେଡି ଏମ ଏସପି ବୃଦ୍ଧି ନହେବା ଯାଏ ପ୍ରତିବାଦ ଜାରି ରହିବ ।

ସ୍ବାମୀନାଥନ ରିପୋର୍ଟ ଅଧାରରେ ଏମ୍‌ଏସ୍‌ପି ବୃଦ୍ଧି ନହେବା ପର୍ଯ୍ୟନ୍ତ ପ୍ରତିବାଦ ଜାରି ରଖିବ ବିଜେଡି ।

ଉସୁନା ଚାଉଳ ପ୍ରସଙ୍ଗକୁ ବି ଗୁରୁତ୍ବ ଦେଇ ଆସିଛି ବିଜେଡି । ୧୧ ଲକ୍ଷ ମେଟ୍ରିକ ଟନ୍‌ ଧାନ ଉଠେଇବାର ଅଛି, ହେଲେ ଏଫସିଆଇ ଗୁରୁତ୍ବ ଦେଉନାହିଁ ବୋଲି ବିଜେଡି ରାଜ୍ୟସଭା ସଦସ୍ୟ କହିଛନ୍ତି ।

Comments are closed.