ସ୍ବର୍ଗତ କିଶୋର ମହାନ୍ତିଙ୍କ ଜୟନ୍ତୀରେ ଝାରସୁଗୁଡ଼ାବାସୀ ଦେଲେ ଶ୍ରଦ୍ଧାଞ୍ଜଳି

ଝାରସୁଗୁଡ଼ା: ଝାରସୁଗୁଡ଼ା ମାଟିର ସନ୍ତାନ, ସମସ୍ତଙ୍କ ପ୍ରିୟ ବତ୍ସଳ ଜନନାୟକ ସ୍ବର୍ଗତ କିଶୋର କୁମାର ମହାନ୍ତିଙ୍କ ୬୪ ତମ ଜନ୍ମ ଜୟନ୍ତୀ ଅବସରରେ ଲଖନପୁର ବ୍ଲକର ଗୋବିନ୍ଦପୁର ଠାରେ ଥିବା ବୃଦ୍ଧାଶ୍ରମ( ଭରସା କେନ୍ଦ୍ର ) ଠାରେ ପାଳିତ ହୋଇ ଯାଇଅଛି । ଉକ୍ତ କାର୍ଯ୍ଯକ୍ରମରେ ଝାରସୁଗୁଡା ଜିଲ୍ଲା ବିଜୁ ଜନତା ଦଳ ର ସଞ୍ଜିତ ପଧାନ ଜିଲ୍ଲା ଉପସଭାପତି, ରାଜେନ୍ଦ୍ର ପ୍ରସାଦ ସାହୁ , ପ୍ରମୋଦ ଗଡତିଆ ଜିଲ୍ଲା ସଂପାଦକ, ଶ୍ରୀ ସୁରେନ୍ଦ୍ର ଜୟସୱାଳ ପୁର୍ବତନ ବ୍ଳକ ସଭାପତି, ନରେଶ ଖମାରୀ ଯୁବ ସଭାପତି, ଝସକେତନ ବିଶ୍ବାଳ ଛାତ୍ର ସଭାପତି, ଅନିଲ ସିଦାର, ବିକି ଖମାରୀ, ଚୈତନ ବାରିକ,ଶୁଭମ୍ ମହାପାତ୍ର, ସୁସ୍ମିତା ଦାସ, ଶୁଶିଲ ପଟେଲ, ମହେନ୍ଦ୍ର ବିଶ୍ବାଳ, ଗଜାନନ ପଧାନ, ଆଲୋକ ସାହୁ, ଯିତେନ୍ ସେଠ୍ ଙ୍କ ସହିତ ଶତାଧିକ ବିଜୁ ଜନତା ଦଳ ର ସଦସ୍ଯ ଉପସ୍ଥିତ ଥିଲେ । ସ୍ବର୍ଗତ କିଶୋର ମହାନ୍ତିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହିତ ଦ୍ବୀପ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ସ୍ଵର୍ଗତ ବିଧାୟକଙ୍କର ସ୍ମୃତିଚାରଣ କରାଯାଇଥିଲା ତତ୍ ସଙ୍ଗେ ସଙ୍ଗେ ବୃଦ୍ଧାଶ୍ରମ ରେ ଥିବା ଅନ୍ତେବାସୀଙ୍କୁ ଫଳ ମିଷ୍ଟାନ୍ନ ସହିତ ଜଳଖିଆ ବିତରଣ କରାଯାଇଥିଲା । ଠିକ୍ ସେହିପରି ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଲପାହାଡ ବିଜୁ ଜନତା ଦଳ ଦ୍ବାରା ବେଲପାହାଡ ସ୍ଥିତ ଠକରବାପା ଅନାଥ ଆଶ୍ରମ ରେ ସ୍ବର୍ଗତ ବିଧାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶମ୍ଭୁ ମହାନ୍ତି ଜିଲ୍ଲା ଉପସଭାପତି, କୈଳାସ ନାୟକ ଟାଉନ ସଭାପତି, ଦିନେଶ କରାଲି ଛାତ୍ର ସଭାପତି, ଦିଲିପ ଧୁରୁଆ ଯୁବ ସଭାପତି, ଦେବାଶିଷ ବୁଡା, ପିଣ୍ଟୁ ସାହୁ,ସରୋଜ କୁମାର ଙ୍କ ମହିଳା ବିଜୁ ଜନତା ଦଳ ସହିତ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ ।

Comments are closed.