ସୁବର୍ଣ୍ଣଶ୍ରୀର ବିପଣନ କେନ୍ଦ୍ର ଉଦଘାଟିତ

ସୁବର୍ଣ୍ଣଶ୍ରୀ-ସୋନପୁରର ଉତ୍କୃଷ୍ଟ କାରିଗରୀର ପ୍ରତିବିମ୍ବ: ଅର୍ଥମନ୍ତ୍ରୀ

ସୁବର୍ଣ୍ଣପୁର: ସୋନପୁର ବ୍ଲକ ଛକ ଠାରେ ସୁବର୍ଣ୍ଣଶ୍ରୀର ବିପଣନ କେନ୍ଦ୍ର ଉଦଘାଟିତ ହୋଇଛି । ମିଶନ ଶକ୍ତି ଗୋଷ୍ଠୀ ମାନଙ୍କର ନିର୍ଦେଶକ ମଣ୍ଡଳୀ ହିସାବରେ ସୁବର୍ଣ୍ଣଶ୍ରୀ ବର୍ତ୍ତମାନ ସିଧାସଳଖ କୁଶଳୀ ବୁଣାକାର ଓ ଗ୍ରାମୀଣ କାରିଗରଙ୍କ ଉତ୍ପାଦିତ ଦ୍ରବ୍ୟ କ୍ରୟ କରି ତାହାର ଆଉଟଲେଟ ମାଧ୍ୟମରେ ସୁଲଭ ମୂଲ୍ୟରେ ଯୋଗାଇବାର ଲକ୍ଷ୍ୟ ରଖିଛି l ଏହାକୁ ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ହସ୍ତତନ୍ତ,ବୟନ ଓ କାରିଗରୀ ବିଭାଗ ଆୟୁକ୍ତ ତଥା ସଚିବ ଶୁଭା ଶର୍ମା, ଜିଲ୍ଲାପାଳ ଅଵୋଲୀ ସୁନିଲ ନରୱଣେ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ ।

ଓରମାସ ଏବଂ ମିଶନଶକ୍ତି ରୁ ଆର୍ଥିକ ଅନୁଦାନ ଓ ଅନ୍ୟାନ୍ୟ ସହାୟତା ପ୍ରାପ୍ତ ହୋଇ ସୁବର୍ଣ୍ଣଶ୍ରୀ ଏହି ସବୁ ଉତ୍ପାଦର ଗୁଣବତ୍ତା ନିୟନ୍ତ୍ରଣ ସହ କ୍ରୟ, ପେକେଜିଙ୍ଗ, ବିପଣନ କ୍ଷେତ୍ରରେ ଏକ ନୂତନ ଦିଶା ପ୍ରଦାନର ଲକ୍ଷ୍ୟ ରଖିଛି l ଏହି ଆତ୍ମ ନିର୍ଭରଶୀଳ ମହିଳା ମାନଙ୍କର ବିକାଶ ପର୍ବରେ ନିଜକୁ ସାମିଲ କରିବା ଏବଂ ଏଠାକାର ଉଚ୍ଚ ମାନର ଉତ୍ପାଦଗୁଡିକ ନିଜର ତଥା ପରିବାରର ବ୍ୟବହାର ନିମନ୍ତେ କ୍ରୟ କରି ଏମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି l

Comments are closed.