୪୪ ଡିଗ୍ରୀ ସହ ଝାରସୁଗୁଡ଼ା ଉତ୍ତପ୍ତ ସହର

ଭୁବନେଶ୍ୱର – ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆଜି ରାଜ୍ୟର ୩ଟି ସହରର ତାପାମାତ୍ରା ୪୩ ଡିଗ୍ରୀ ଉପରେ ରହିଛି। ଝାରସୁଗୁଡ଼ା ହୋଇଛି ଉତ୍ତପ୍ତ ସହର। ଏଠାରେ ତାପାମାତ୍ରା ୪୪ ଡିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି। ସୋନପୁରରେ ୪୩.୯ ଡିଗ୍ରୀ, ବଲାଙ୍ଗିରରେ ୪୩.୨ ଡିଗ୍ରୀ ଓ ଟିଟିଲାଗଡ଼ରେ ତାପମାତ୍ରା ୪୩.୦ ଡିଗ୍ରୀ ରେକର୍ଡ କରାଯାଇଛି।ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ବାଲେଶ୍ୱରରେ ୩୯.୦ ଡିଗ୍ରୀ, ଚାନ୍ଦବାଲିରେ ୩୯.୦ ଡିଗ୍ରୀ, କଟକରେ ୩୭.୮ ଡିଗ୍ରୀ, ପାରାଦୀପରେ ୩୧.୯ ଡିଗ୍ରୀ, ଭୁବନେଶ୍ୱରରେ ୩୮.୫ ଡିଗ୍ରୀ, ଗୋପାଳପୁରରେ ୩୦.୫ ଡିଗ୍ରୀ, ପୁରୀରେ ୩୨.୦ ଡିଗ୍ରୀ, ଅନୁଗୋଳରେ ୪୨.୭ ଡିଗ୍ରୀ, ବାରିପଦାରେ ୩୭.୦ ଡିଗ୍ରୀ, ଝାରସୁଗୁଡ଼ାରେ ୪୪.୦ ଡିଗ୍ରୀ କେନ୍ଦୁଝରଗଡ଼ରେ ୩୮.୮ ଡିଗ୍ରୀ, ସମ୍ୱଲପୁରରେ ୪୧.୬ ଡିଗ୍ରୀ, ସୁନ୍ଦରଗଡ଼ରେ ୪୧.୫ ଡିଗ୍ରୀ ଓ ହୀରାକୁଦରେ ତାପମାତ୍ରା ୪୦.୩ ଡିଗ୍ରୀ ରେକର୍ଡ କରାଯାଇଛି।

Comments are closed.