ଭାରସାମ୍ୟ ହରାଇ କାର ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ,୩ ଗୁରୁତର

କାଳିଆ ଦର୍ଶନ ହେଲା ଶେଷ ଦର୍ଶନ

ବୌଦ୍ଧ: ବୌଦ୍ଧ ଥାନା ହରେକୃଷ୍ଣପୁର ୫୭ ନମ୍ବର ଜାତୀୟ ରାଜପଥ ରେ ଭାରସାମ୍ୟ ହରାଇ ଡିଭାଇଡ଼ର ପିଟିହେଲା କାର । ଘଟଣାସ୍ଥଳରେ ସ୍ଵାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଓ ଦୁଇ ଝିଅ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ପୁରୁଣାକଟକ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ରାୟପୁରର ଦୀପକ ଭାଡେର ।ସ୍ଥାନୀୟ ଲୋକଙ୍କ ଠାରୁ ଖବରପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଧିକ ତଦନ୍ତ ଚଳାଇଛି। ଅନ୍ୟପଟେ ଗୁରୁତର ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି। ପ୍ରକାଶ ଥାଉକି ସପରିବାର ନିଜ ଗାଡ଼ିରେ ଜଗନ୍ନାଥ ଧାମ ଯାଉଥିଲେ । ହେଲେ ତାହା ତାଙ୍କ ଶେଷ ଯାତ୍ରା ହୋଇରହିଗଲା ।

Comments are closed.