ଭାରସାମ୍ୟ ହରାଇ ଓଲଟିଲା ବଲେରୋ: ୮ ଆହତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ହାତୀବନ୍ଧା ଗାଁ ନିକଟରେ ବିଜୁ ଏକ୍ସପ୍ରେସ ୱେରେ ଏକ ବଲେରୋ ଦୁର୍ଘଟଣାଗସ୍ତ ହୋଇ ୧୦ଫୁଟ ତଳକୁ ଓଲଟି ପଡ଼ିଛି। ଏଥିରେ ୮ ଜଣ ଆହତ ହୋଇଛନ୍ତି । କଳାହାଣ୍ତି ଜିଲ୍ଲା ଚିଚିଆ ଗାଁରୁ ଗୋଟିଏ ପରିବାରର ୪ ମହିଳା,୪ ଶିଶୁ ଓ ୩ ଜଣ ପୁରୁଷ ଏକ ବଲେରୋ ଗାଡ଼ିରେ ନୂଆପଡା ଜିଲ୍ଲାର ସିନାପାଲିକୁ ଆସୁଥିଲେ ।

ସିନାପାଲି ଦମକଳବାହିନୀ ଆହତଙ୍କୁ ଉଦ୍ଧାର କରି ସିନାପାଲି ମେଡିକାଲକୁ ପଠାଇଛନ୍ତି। ଏମାନଙ୍କ ମଧ୍ୟରୁ ୮ ଜଣ ଗୁରୁତର ଅଛନ୍ତି। ତାଙ୍କୁ ଧର୍ମଗଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Comments are closed.