ଇସ୍ରୋର ଯୁବ ବୈଜ୍ଞାନିକଙ୍କ ଅକାଳ ବିୟୋଗ

ବରଗଡ: ବରଗଡ ଜିଲ୍ଲାର ଅମ୍ବାଭୋନା ବ୍ଲକ ଝାରପାଲି ଗାଁର ଯୁବ ବୈଜ୍ଞାନିକ ନିହାର ରଞ୍ଜନ ପ୍ରଧାନଙ୍କ ଆଜି ପୂର୍ବାହ୍ନରେ ଅକାଳ ବିୟୋଗ ଘଟିଛି। ସେ ଇସ୍ରୋରେ ବୈଜ୍ଞାନିକ ଭାବେ ପ୍ରାୟ ୨ ବର୍ଷ ତଳେ ଯୋଗଦାନ କରିଥିଲେ। ଗତ ଶନିବାର ଦିନ ଛୁଟିରେ ଗାଁକୁ ଆସିଥିବା ବେଳେ ସାଙ୍ଗ ମାନଙ୍କ ସହ ଏକ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେ ବୁଡି ଯାଇଥିବା ବେଳେ ଅନ୍ୟମାନେ ତାଙ୍କୁ ଉଦ୍ଧାର କରିଥିଲେ। ଆଉ ଗୁରୁତର ଅବସ୍ଥାରେ ତାଙ୍କୁ ଭୁକ୍ତାସ୍ଥିତ ଡାକ୍ତରଖାନାକୁ ନେଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଏକ ଗରିବ ପରିବାରରେ ଜନ୍ମିତ ନିହାର ୨ ବର୍ଷ ତଳେ ଇସ୍ରୋରେ ଯୋଗଦାନ କରିବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିଲା। ହେଲେ ଆଜି ତାଙ୍କ ଆକସ୍ମିକ ବିୟୋଗ ଖବର ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରି ଦେଇଛି। ମୃତ୍ଯୁ ବେଳକୁ ତାଙ୍କୁ ମାତ୍ର ୨୭ ବର୍ଷ ବୟସ ହେଉଥିଲା।

Comments are closed.