ମଡେଲ ସୌମ୍ୟରଞ୍ଜନ ଆତ୍ମହତ୍ୟା ମାମଲାରେ ଗାୟିକା ସୋନାଲି ନନ୍ଦଙ୍କ ବିରୋଧରେ ମାମଲା ରୁଜୁ

ଭୁବନେଶ୍ୱର – ଯୁବ ମଡ଼େଲ୍‌ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟାର ୨ ମାସରୁ ଅଧିକ ସମୟ ବିତିଗଲାଣି । ପୁଅକୁ ହରାଇ ପରିବାର ଲୋକ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶ ସାମାନ୍ୟ ଆଶ୍ୱସ୍ତ ଦେଇଛି। ପୁଅ ମୃତ୍ୟୁ ପାଇଁ ଗାୟିକା ସୋନାଲି ନନ୍ଦ ହିଁ ଦାୟୀ ବୋଲି ଅଭିଯୋଗ ଆଣି ପରିବାର ଲୋକେ ଥାନାରେ ଅଭିଯୋଗ କରିବା ସତ୍ତ୍ୱେ ଚୁପ୍‌ ବସିଥିଲା ପୋଲିସ୍‌। ହେଲେ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଗାୟିକା ସୋନାଲି ନନ୍ଦଙ୍କ ନାଁରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ଇନଫୋସିଟି ଥାନାରେ ଗାୟିକା ସୋନାଲି ନନ୍ଦ ଓ ତାଙ୍କ ମା’ଙ୍କ ନାଁରେ ରୁଜୁ ହୋଇଛି ମାମଲା।

Comments are closed.