ପାରିବାରିକ କଳହକୁ କେନ୍ଦ୍ର କରି କଟୁରିରେ ଆକ୍ରମଣ ଜଣେ ମୃତ, ଦୁଇ ଗୁରୁତର

ବରଗଡ଼: ବରଗଡ଼ ଟାଉନ ଥାନା ଅନ୍ତର୍ଗତ ରୁହୁନିଆ ଗାଁରେ ଘଟିଛି ଅତି ଜଘନ୍ୟ ହତ୍ୟାକାଣ୍ଡ । ପାରିବାରିକ କଳହ କାରଣରୁ ଘଟିଛି ହତ୍ୟା । ରୁହୁନିଆ ଗାଁର ଦେବ ସିନ୍ଧିରିଆ, ପୁଅ ରତନ ସିନ୍ଧିରିଆ ଓ ବହୁ ସୁକାନ୍ତି ସିନ୍ଧିରିଆଙ୍କୁ ପାରିବାରିକ କଳହକୁ କେନ୍ଦ୍ର କରି ସମ୍ପର୍କୀୟ ଭାଇ ଅମିଲ ସିନ୍ଧିରିଆ ଓ କମିଲ ସିନ୍ଧିରିଆଙ୍କୁ କଟୁରିରେ ଆକ୍ରମଣ କରିଥିବା ବେଳେ ୫୫ ବର୍ଷୀୟ ଦେବ ସିନ୍ଧିରିଆଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି ।

ପୁଅ ରତନ ସିନ୍ଧିରିଆ ଏବଂ ବହୁ ସୁକାନ୍ତି ସିନ୍ଧିରିଆଙ୍କୁ ପ୍ରଥମେ ବରଗଡ଼ ଓ ପରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ସ୍ଥଳରେ ବରଗଡ଼ ଟାଉନ ପୋଲିସ ପହଁଚି ଆରମ୍ଭ କରିଛି ତଦନ୍ତ । ଘଟଣା ସ୍ଥଳରୁ ହତ୍ୟାକାରୀ ଭାଇ ଅମିଲ ସିନ୍ଧିରିଆ ପୋଲିସ ହାତରେ ଧାରାପଡିଥିବା ବେଳେ କମିଲ ସିନ୍ଧିରିଆ ଫେରାର ହୋଇଯାଇଛି ।

Comments are closed.