ଦକ୍ଷତା ବିକାଶ ବିଭାଗ ଅଧ୍ୟକ୍ଷଙ୍କ ନୂଆପଡ଼ା ଜିଲ୍ଲାଗସ୍ତ

ନୂଆପଡା: ଓଡିଶା ଦକ୍ଷତା ଓ ବିକାଶ ବିଭାଗ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ନୂଆପଡ଼ା ଗସ୍ତ କରିଥିଲେ । ସେ ଜିଲ୍ଲାର ଖଡ଼ିଆଳ ଠାରେ ଥିବା ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ଓ ଆଇଟିଆଇକୁ ପରିଦର୍ଶନ କରିବା ସହ ବିଭାଗୀୟ ଅଧିକାରୀ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ପରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଭାରତରେ ଥିବା ଶ୍ରେଷ୍ଠ ୧୦୦ଟି ଆଇଟିଆଇ ମଧ୍ୟରେ ୧୧ଟି ଆଇଟି ଆଇ ଓଡ଼ିଶାର ରହିଛି ବୋଲି କହିବା ସହ ଓଡ଼ିଶାର ଶ୍ରେଷ୍ଠ ୨୦ ଆଇଟି ଆଇ ମଧ୍ୟରେ ନୂଆପଡା ଜିଲ୍ଲାର ଦୁଇଟି ଆଇଟିଆଇ ରହିଛି ବୋଲି କହିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ୱରେ ଓଡିଶାରେ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶକୁ ଆଗେଇ ନେବାପାଇଁ କାର୍ଯ୍ୟ ଚାଲିଥିବା ବେଳେ ଏଥିରେ ଛାତ୍ରୀମାନଙ୍କ ଗୋଟିଏ ପାଦ ଆଗକୁ କିପରି ବଢିବ ସେଥିପାଇଁ ଉତ୍ସାହ ସହ କାର୍ଯ୍ୟ ଚାଲିଥିବା ପ୍ରକାଶ କରିଥିଲେ। ନୂଆପଡା ଜିଲ୍ଲାପାଳ ସ୍ୱାଧ୍ୟା ଦେବ ସିଂ ଜିଲ୍ଲା ପାଇଁ ଦିଆଯାଇଥିବା ସୁଯୋଗ ଓ ଲକ୍ଷ୍ୟକୁ କିପରି ପୂରଣ କରିବା ସେଥିପାଇଁ କାର୍ଯ୍ୟ ଆରମ୍ଭ ହୋଇଥିବା ପ୍ରକାଶ କରିଥିଲେ।

Comments are closed.