ଆସନ୍ତା ୨୯ରୁ ପଶ୍ଚିମ ଦ୍ଵାର ଦେଇ ଶ୍ରୀମନ୍ଦିର ଯାଇପାରିବେ ଭକ୍ତ

ପୁରୀ – ଆସନ୍ତା ୨୯ ତାରିଖରୁ ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିରକୁ ଯାଇପାରିବେ ଭକ୍ତ। ସିଂହଦ୍ୱାର ଆଗରେ ଲଗାଯାଇଥିବା ସମସ୍ତ ଅସ୍ଥାୟୀ ସେଡ୍ ଖୋଲାଯାଇ ପଶ୍ଚିମଦ୍ୱାର ବାହାରେ ଲଗାଯିବ। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ଶ୍ରୀମନ୍ଦିରରୁ ପ୍ରସ୍ଥାନ କରିବେ ଭକ୍ତ ।ବୈଠକରେ ୨୦୨୨-୨୩ ଆର୍ଥିକ ବର୍ଷ ବଜେଟ୍ ସମ୍ପର୍କରେ ଆଲୋଚନା ହୋଇଛି। ମୋଟ ବଜେଟ ୨ଶହ ୩୭ କୋଟି ୫୮ ଲକ୍ଷ ଟଙ୍କା ରହିଛି। ଏଥିରେ ୧୨୬ କୋଟି ୭୩ ଲକ୍ଷ ଟଙ୍କା ଆୟ ରହିଛି। ଜମା ପୁଞ୍ଜିରୁ ମୋଟ ୧୧୦ କୋଟି ୮୫ ଲକ୍ଷ ଟଙ୍କା ଆୟ ହୋଇଛି। ୩୩ କୋଟି ୬୨ ଲକ୍ଷ ଟଙ୍କା ବଳକା ବଜେଟ ପ୍ରସ୍ତୁତ କରାଯାଇଛି। ତେବେ ଏହା ପୂର୍ଣ୍ଣାଙ୍ଗ ହୋଇପାରି ନ ଥିବାରୁ ଆସନ୍ତା ୨୫ ତାରିଖରେ ବଜେଟ୍ ବୈଠକ ବସିବ। ଆଲୋଚନା ପରେ ବିସ୍ତୃତ ବିବରଣୀ ଦିଆଯିବ ବୋଲି ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପପ୍ରଶାସକ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଏସପି ପ୍ରମୁଖ ଯୋଗଦେଇଥିଲେ।

Comments are closed.