ଆଜିଠାରୁ ତିନିଦିନିଆ ବିଜେଡି ପର୍ଯ୍ୟବେକ୍ଷକ ବୈଠକ

ଭୁବନେଶ୍ବର – ଆଜିଠୁ ଆରମ୍ଭ ହେବ ବିଜେଡି ପର୍ଯ୍ୟବେକ୍ଷକ ବୈଠକ । ଜିଲ୍ଲା ପର୍ଯ୍ୟବେକ୍ଷକ ବୈଠକ ଡାକିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ୩ ଦିନ ଧରି ନବୀନ ନିବାସରେ ଚାଲିବ ଫେସ୍‌ ଟୁ ଫେସ୍‌ ଆଲୋଚନା । 2024 ସାଧାରଣ ନିର୍ବାଚନ ପୂର୍ବରୁ ଦଳୀୟ ସଂଗଠନକୁ ଅଧିକ ମଜବୁତ କରିବା ପାଇଁ ବୈଠକରେ ଆଲୋଚନା ହେବ । ନିଜ ନିଜ ଜିଲ୍ଲାରେ ଦଳର ସ୍ଥିତି ଓ ସଂଗଠନରେ ସମସ୍ୟା ବାବଦରେ ସୁପ୍ରିମୋଙ୍କ ନିକଟରେ ତଥ୍ୟ ରଖିବେ ପର୍ଯ୍ୟବେକ୍ଷକ । ଦଳରେ ଥିବା ଦ୍ଵନ୍ଦ୍ୱ ଦୂର କରିବା ସହ ସମନ୍ଵୟ ରକ୍ଷା କରିବାକୁ ଦଳୀୟ ସଭାପତିଙ୍କ ଠାରୁ ଟିପ୍ପ ନେବେ ପର୍ଯ୍ୟବେକ୍ଷକ । ପୌର ଓ ପଞ୍ଚାୟତ ନିର୍ବାଚନରେ ଦାୟିତ୍ବରେ ଥିବା ନେତା ନିଜ ଅଞ୍ଚଳର ପ୍ରଦର୍ଶନ ବାବଦରେ ସୂଚନା ଦେବେ ବୋଲି ଜଣାପଡ଼ିଛି ।

Comments are closed.