ରତ୍ନପଥର ଖଣିରେ ମାଟି ଅତଡା ଖସି ୨ ଶ୍ରମିକଙ୍କ ମୃତ୍ୟୁ ଘଟଣା : କ୍ଷତିପୂରଣ ଦାବିରେ ରାସ୍ତାରୋକ

ବଲାଙ୍ଗୀର: ଟିଟିଲାଗଡ ଓ ମୁରିବାହାଲ ବ୍ଲକ ର ସୀମାନ୍ତ ବର୍ତ୍ତି ଗୁଲମୀ ଜଙ୍ଗଲରେ ଥିବା ରତ୍ନ ପଥର ଖଣିରେ ମାଟି ଅତଡା ଖସି ୨ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। କ୍ଷତିପୂରଣ ଦାବିରେ ଥାନା ଆଗରେ ମୃତଦେହ ରଖି ରାସ୍ତାରୋକୋ କରିଛନ୍ତି। ଜିଲ୍ଲା କନ୍ଧସମାଜ ପକ୍ଷରୁ ରାୟପୁର-ବୋରିଗୁମ୍ମା ରାଜପଥ ଅବରୋଧ କରିଛନ୍ତି ।ମୃତକଙ୍କ ପରିବାରକୁ ୧ କୋଟି ଟଙ୍କାର ଆର୍ଥିକ ସହାୟତା ଦାବି କରିଛନ୍ତି। ମୁରିବାହାଲ ରେଞ୍ଜର ଓ ବଲାଙ୍ଗୀର ଡିଏଫଓଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ।

Comments are closed.