ଖରା ଯୋଗୁଁ ୫ ଦିନ ସ୍କୁଲ ଛୁଟି

ଭୁବନେଶ୍ୱର- ଆସନ୍ତାକାଲିଠାରୁ ରାଜ୍ୟରେ ୫ ଦିନ ପାଇଁ ଛୁଟି ରହିବ ସ୍କୁଲ । ପ୍ରବଳ ଖରାକୁ ଦୃଷ୍ଟିରେ ରଖି ୫ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଆସନ୍ତା ଏପ୍ରିଲ ୩୦ ତାରିଖ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ରହିବ । ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତି ନେଇଛି । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।ଏହାପୂର୍ବରୁ ପ୍ରବଳ ଖରା ଯୋଗୁଁ ସ୍କୁଲ ଛୁଟି କରିବାକୁ ଅଭିଭାବକ ମାନେ ଦାବି କରିଥିଲେ । ଗଣଶିକ୍ଷା ବିଭାଗ ପକ୍ଷରୁ ସମୀକ୍ଷା କରାଯାଇ ନିଷ୍ପତି ନିଆଯିବ ବୋଲି କୁହାଯାଇଥିଲା । ତେବେ ଖରାକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ହେଉଥିଲା ।

Comments are closed.