ଗଞ୍ଜାମ: ବିଷାକ୍ତ ଖୀର ପିଇ ଭାଇ ଭଉଣୀ ମୃତ

ଛତ୍ରପୁର: ବିଷାକ୍ତ ଖୀର ପିଇ ୨ ବର୍ଷର ଭାଇ ଓ ୩ବର୍ଷର ଭଉଣୀର ଅକାଳ ମୃତ୍ୟୁ ଘଟିଛି। ଆଜି ଭୋରରୁ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଗଡ଼ହୁମ୍ମା ଗ୍ରାମରେ ଏହି ଦୁଃଖଦାୟକ ଘଟଣା ଘଟିଛି। ମୃତକ ହେଲେ ସେହି ଗ୍ରାମର ରୁଦ୍ର ମହାରଣା ଓ ସିମରନ୍ ମହାରଣା। ସେମାନଙ୍କ ମାଆ ସୁନିତା ମହାରଣା ମଧ୍ୟ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ଚିକିତ୍ସା କରାଯାଉଛି।

ରମ୍ଭା ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରାଙ୍କ ସୂଚନା ମୁତାବକ ତିନିହେଁ ରବିବାର ରାତିରେ ଖୀର ପିଇ ଶୋଇଥିଲେ। ସୋମବାର ପେଟ ଦରଜ ସହ ଯନ୍ତ୍ରଣା ହେବାରୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସି ଚିକିତ୍ସିତ ହୋଇଥିଲେ। ପରେ ସେମାନେ ଘରକୁ ଫେରିଯାଇଥିଲେ। ହେଲେ ରାତିରେ ପୁଣି ପେଟ କଟା ସହ ଯନ୍ତ୍ରଣା ହୋଇଥିଲା। ଆଜି ଭୋରରୁ ପ୍ରଥମେ ରୁଦ୍ର ଓ ପରେ ସିମରନଙ୍କ ମୃତ୍ୟୁ ଘଟିଥିଲା। ସୁନିତାଙ୍କ ଅବସ୍ଥା ଗୁରୁତର ରହିଛି। ସାହି ପଡ଼ିଶା ଓ ଅନ୍ୟ ସମ୍ପର୍କୀୟ ଡାକ୍ତରଖାନାକୁ ଆଣିଥିଲେ। ଦୁଇ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ଛତ୍ରପୁର ପଠାଯାଇଛି। ଖବର ପାଇ ରାଜସ୍ଥାନରୁ ବାପା ରମାକାନ୍ତ ମହାରଣା ଘରକୁ ଫେରୁଛନ୍ତି। ପରିବାରରେ ଭାଇ, ଝିଅ ଓ ପୁଅ ରହୁଥିଲେ।

Comments are closed.