ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

 

॥ ବାଲ କାଣ୍ଡ ॥

ବାତୁଲ ଭୂତ ବିବସ ମତବାରେ ।
ତେ ନହିଁ ବୋଲହିଂ ବଚନ ବିଚାରେ ॥
ଜିହ୍ନ କୃତ ମହାମୋହ ମଦ ପାନା ।
ତିହ୍ନ କର କହା କରିଅ ନହିଁ କାନା ॥

ଭାବାର୍ଥ :- ଯେଉମାନଙ୍କୁ ବାୟୁ ସମନ୍ଧିତ ରୋଗ – ସନ୍ନିପାତ, ଉନ୍ମାଦ ଆଦିରେ ଆକ୍ରାନ୍ତ ହୋଇଛନ୍ତି, ଯେଉଁମାନେ ଭୁତ ପ୍ରେତର ବଶୀଭୂତ ହୋଇଛନ୍ତି, ଆଉ ଯେଉଁମାନେ ନିଶାଦ୍ରବ୍ୟ ସେବନକରି ଚେତନା ଶୁନ୍ୟ ହୋଇଛନ୍ତି ଏମାନେ ସମସ୍ତେ ବିଚାର କରି ନିଜ କଥା କହିପାରନ୍ତିନି। ଆଉ ଯେଉଁମାନେ ମହାମୋହ ରୁପକ ମଦିରା ପାନ କରିଛନ୍ତି, ସେମାନଙ୍କ କଥାକୁ ନଶୁଣିବା ଉଚିତ।

Comments are closed.