ବଜ୍ରକାପ୍ତାକୁ ଉଦ୍ଧାର କଲେ ସ୍ଥାନୀୟ ଲୋକ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଅସୁରକ୍ଷିତ ଜଙ୍ଗଲର ବନ୍ୟପ୍ରାଣୀ । ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବାବେଳେ ବନ୍ୟଜନ୍ତୁ ଜନବସତି ମୁହାଁ ହେଉଛନ୍ତି । ଏହାରି ଭିତରେ ବନ୍ୟଜନ୍ତୁ ଶିକାର ଏବଂ ବେଆଇନ ଚୋରା ଚାଲାଣ ବୃଦ୍ଧି ପାଇଛି। ଗତ ଚାରି ଦିନ ପୂର୍ବରୁ ବଜ୍ରକାପ୍ତା ଚୋରା ଚାଲାଣବେଳେ ଏସଟିଏଫ ପକ୍ଷରୁ ଚଢ଼ାଉ କରି ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଥିଲା। ହେଲେ ଗତକାଲି ରାତିରେ ବୌଦ୍ଧ ରେଞ୍ଜ କାର୍ଯ୍ୟାଳୟ କୋଠରୀରେ ବନ୍ଦ ଥିବା ବଜ୍ରକାପ୍ତା ଖସି ପଳାଇଥିଲା। ତେବେ ଆଜି ସକାଳୁ କିଛି ଲୋକେ ମହାନଦୀ କୂଳରୁ ଉକ୍ତ ବଜ୍ରକାପ୍ତାକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି। ଅନ୍ୟପଟେ ବନ ବିଭାଗର ସୁରକ୍ଷା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Comments are closed.