ଭୋଜିଭାତ ଖାଇ ୫୦ ଶିଶୁ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ନୂଆପଡ଼ା: ଭୋଜିଭାତ ଖାଇ ୩୦ରୁ ଉର୍ଦ୍ଧ୍ୱ ଶିଶୁଙ୍କ ସମେତ ୫୦ ରୁ ଅଧିକ ବ୍ୟକ୍ତି ଝାଡାବାନ୍ତିରେ ଆକ୍ରାନ୍ତ । ନିକଟସ୍ଥ ବୋଡେନ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ୩୦ରୁ ଅଧିକ ଅସୁସ୍ଥଙ୍କୁ ଭର୍ତ୍ତିକରି ଚିକିତ୍ସା କରାଯାଉଥିବା ବେଳେ କିଛି ଅସୁସ୍ଥଙ୍କୁ ଖରିଆର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଲିଟିସର୍ଗି ଗ୍ରାମର ଘଟଣା । ଆଜି ଗ୍ରାମର ପରମେଶ୍ବର ବାଗଙ୍କ ଝିଅର କୁଆଁରୀ ବ୍ରତରେ ମଧ୍ୟାହ୍ନରେ ଭୋଜିଭାତ ହୋଇଥିଲା । ଯାହାକୁ ଖାଇବା ପରେ ଧିରେ ଧିରେ ଶିଶୁମାନଙ୍କର ପ୍ରଥମେ ଝାଡାବାନ୍ତି ଆରମ୍ଭ ହୋଇଥିଲା ।

୧୦୮ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ନିକଟସ୍ଥ ବୋଡେନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଧିରେ ଧିରେ ଅସୁସ୍ଥଙ୍କ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଶିଶୁଙ୍କ ସହ ଅନ୍ୟ ମାନଙ୍କୁ ମିଶାଇ ଅସୁସ୍ଥଙ୍କ ସଂଖ୍ୟା ୫୦ରୁ ଉର୍ଦ୍ଧ୍ୱ ହୋଇଥିନା ବେଳେ ଏବେ ବି ଲିଟିସର୍ଗି ଗ୍ରାମର ବିଦ୍ୟାଳୟରେ ୧୦ରୁ ଉର୍ଦ୍ଧ୍ୱ ଅସୁସ୍ଥ ହସ୍ପିଟାଲ ଯିବାପାଇଁ ଆମ୍ବୁଲାନ୍ସକୁ ଜଗି ବସିଛନ୍ତି । ସେପଟେ ଆଖପାଖ ଗ୍ରାମର ଅନେକ ଲୋକ ମଧ୍ୟ ଅସୁସ୍ଥ ହୋଇଥିବା ସୂଚନା ରହିଛି । ଗାଁ କୁ ଏକ ଡାକ୍ତରି ଦଳ ପଠାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି ।

Comments are closed.