ଟୋଲ୍‌ପ୍ଲାଜା ବିରୋଧରେ ତାତିଲେ ଲୋକେ

ବରଗଡ଼: ସହର ଉପକଣ୍ଠ ବରାହଗୋଡ଼ାସ୍ଥିତ ଅଶୋକ ବିଲକନ୍‌ର ଟୋଲପ୍ଲାଜାର ଟୋଲଟ୍ୟାକ୍ସ ଅସୁଲିକୁ ନେଇ ପୁଣି ଅସନ୍ତୋଷ ଦେଖାଯାଇଛି। ଟୋଲପ୍ଲାଜା କର୍ତ୍ତୃପକ୍ଷ ବେଆଇନ ଭାବେ ଟୋଲଟ୍ୟାକ୍ସ ଅସୁଲି କରୁଥିବା ଅଭିଯୋଗ ହୋଇଛି। ଏପରିକି ଗ୍ରାମ୍ୟ ଉନ୍ନୟନ(ଆର୍‌ଡି) ରାସ୍ତାରୁ ମଧ୍ୟ ବେଆଇନଭାବେ ଟୋଲଟ୍ୟାକ୍ସ ଅସୁଲି କରାଯାଉଛି।ଏଭଳି ଟୋଲଟ୍ୟାକ୍ସ ଆଦାୟକୁ ନେଇ ପୁଣି ବିରୋଧର ସ୍ବର ଉଠିଥିବାବେଳେ ଲୋକେ ଆନ୍ଦୋଳନ ପାଇଁ ସଜବାଜ ହୋଇଛନ୍ତି ।

ସମ୍ବଲପୁର-ଲୁହୁରାଚଟି ଫୋରଲେନ୍‌ ରାଜପଥ ସମ୍ପୂର୍ଣ୍ଣ ହୋଇ ନ ଥିବାବେଳେ ଟୋଲପ୍ଲାଜା କର୍ତ୍ତୃପକ୍ଷ ବେଆଇନ ଟୋଲଟ୍ୟାକ୍ସ ଅସୁଲି କରୁଥିବା ଅଭିଯୋଗ ହୋଇଛି ।

ଏହି କ୍ରମରେ ଆସନ୍ତା ୩୦ ତାରିଖରେ ବରଗଡ଼ର ହୋଟେଲ ମହାରାଜା ସମ୍ମିଳନୀ କକ୍ଷରେ ଏକ ଜରୁରୀ ବୈଠକ ରଖାଯାଇଛି। ବୈଠକରେ ବରଗଡ଼, ସୋହେଲା, ଅତାବିରା ସମେତ ଜିଲାର ବିଭିନ୍ନ ଯାନବାହନ ସଂସ୍ଥା, ବ୍ୟବସାୟିକ ସଂଗଠନ, ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତେବେ ଆର୍‌ଡି ରାସ୍ତାରୁ ଟୋଲପ୍ଲାଜା କର୍ତ୍ତୃପକ୍ଷ ବେଆଇନ ଟୋଲଟ୍ୟାକ୍ସ ଅସୁଲି କରୁଥିବାବେଳେ ସେଥିପ୍ରତି ସ୍ଥାନୀୟ ପୋଲିସ, ପ୍ରଶାସନ ଆଖିବୁଜି ଦେବା ସାଧାରଣରେ ଅସନ୍ତୋଷ ବୃଦ୍ଧି କରୁଛି।

Comments are closed.