ରାଜ୍ୟରେ ପ୍ରଚଣ୍ଡ ଖରା : ୪୫ ଡିଗ୍ରୀ ସହ ବୌଦ୍ଧ ଉତ୍ତପ୍ତ ସହର

ଭୁବନେଶ୍ୱର – ରାଜ୍ୟରେ ବଢ଼ି ବଢ଼ି ଚାଲିଛି ଗ୍ରୀଷ୍ମ ପ୍ରବାହ। ଦିନକୁ ଦିନ ଖରା ତାତି ବଢୁଛି । ଆଜି ରାଜ୍ୟର ୨୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଏଥିମଧ୍ୟରୁ ୮ ସହରର ତାପମାତ୍ରା ୪୪ ଡିଗ୍ରୀ ବା ତା’ଠୁ ଅଧିକ ରହିଛି। ବୌଦ୍ଧ ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ଏଠାରେ ଦିନର ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ଛୁଇଁଛି। ଏହା ହେଉଛି ଚଳିତ ବର୍ଷର ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା। ବଲାଙ୍ଗିରରେ ୪୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଦେବଗଡ଼ରେ ୪୪.୫, ଝାରସୁଗୁଡ଼ାରେ ୪୪.୪, ଅନୁଗୋଳରେ ୪୪.୩, ଟିଟିଲାଗଡ଼ରେ ୪୪.୨, ସମ୍ବଲପୁରରେ ୪୪ ଓ ସୋନପୁରରେ ୪୪ ଡିଗ୍ରୀ ତାପମାତ୍ରା ରହିଥିଲା।

Comments are closed.