ଓଡ଼ିଆ ଭାଷା ସାହିତ୍ୟର ସଂରକ୍ଷଣ କ୍ଷେତ୍ରରେ ଓଡ଼ିଆ ଭର୍ଚୁଆଲ ଏକାଡେମୀ ୱେବସାଇଟର ଅଗ୍ରଣୀ ଭୂମିକା

ଭୁବନେଶ୍ୱର – ଓଡ଼ିଆ ଭାଷା ଓ ସାହିତ୍ୟର ସଂରକ୍ଷଣ ତଥା ପ୍ରଚାର ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ଓଡ଼ିଆ ଭର୍ଚୁଆଲ ଏକାଡେମୀ । ଦୁର୍ଲଭ ଓଡ଼ିଆ ପୁସ୍ତକ, ବିଜ୍ଞାନ ଓ ଇତିହାସ ସମ୍ବନ୍ଧୀୟ ରଚନା ଆଦିକୁ ଡିଜିଟାଲ ମାଧ୍ୟମରେ ସଂରକ୍ଷିତ କରାଯାଇଛି । ଓଡ଼ିଆ ଭାଷାର ସହଜ ଓ ସୁଗମ ବ୍ୟବହାର ସୁନିଶ୍ଚିତ କରିବାରେ ବେଶ ସହାୟକ ହେଉଛି ଓଡ଼ିଆ ଭର୍ଚୁଆଲ ଏକାଡେମୀର ୱେବସାଇଟ । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ପରିଚାଳିତ ଓଡିଆ ଭର୍ଚୁଆଲ ଏକାଡେମୀର ନୂଆ ପୋର୍ଟାଲକୁ ୨୦୨୧ ମସିହା ନଭେମ୍ବର ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଥିଲେ ।

Comments are closed.