ଆଜିଠୁ ଶ୍ରୀମନ୍ଦିରରେ ପଶ୍ଚିମଦ୍ଵାର ଦେଇ ଦର୍ଶନ

ପୁରୀ – ବହୁଦିନର ଦାବି ପରେ ଭକ୍ତଙ୍କୁ ଉଭୟ ଶ୍ରୀମନ୍ଦିର ସିଂହଦ୍ବାର ଓ ପଶ୍ଚିମଦ୍ବାରରୁ ଦର୍ଶନ ପାଇଁ ପ୍ରବେଶ ଅନୁମତି ମିଳିଛି। ଏହି ବ୍ୟବସ୍ଥା ଆଜିଠୁ ଲାଗୁ ହୋଇଛି । ଭକ୍ତଙ୍କୁ ସୁବିଧାରେ ଦର୍ଶନ ସୁଯୋଗ ଦେବାପାଇଁ ପଶ୍ଚିମଦ୍ବାର ନିକଟରେ ସ୍ଥାୟୀ ସେଡ୍‌ ନିର୍ମାଣ କରାଯାଇଛି ।

ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଚାରିଦ୍ବାରରୁ ଛାଡ଼ିବାକୁ ବହୁଦିନରୁ ଦାବି ହୋଇ ଆସୁଥିଲା । ଗତ ୨୨ ତାରିଖ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଜିଠ ସିଂହଦ୍ବାର ସହ ପଶ୍ଚିମଦ୍ବାରରୁ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ହୋଇଥିଲା। ଦର୍ଶନ ସାରିବା ପରେ ଭକ୍ତମାନେ ଉତ୍ତରଦ୍ବାର ଓ ଦକ୍ଷିଣଦ୍ବାର ଦେଇ ପ୍ରସ୍ଥାନ କରିପାରିବେ ବୋଲି ନିଷ୍ପତ୍ତି ହୋଇଥିଲା।

Comments are closed.